୨୯ ଅକ୍ଟୋବର,ଗୁରୁବାର: କଥା ଦେଇଥିବା ଲୋକମାନେ ଠିକ୍‌ ସମୟରେ ଦେଖାଦେବେ ନାହିଁ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନେବାରେ ଅବହେଳା ପ୍ରଦର୍ଶନ କରିବେ। ବନ୍ଧୁତାର ଛଳନାରେ ଶତୃମାନେ ପାଖେ ପାଖେ ରହି ସମସ୍ୟାକୁ ବୃଦ୍ଧି କରାଇବେ। କଥା ଦେଇଥିବା ଲୋକମାନେ ଠିକ୍‌ ସମୟରେ ଦେଖାଦେବେ ନାହିଁ। ବୃଷ: ମଧୁର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବାରେ ସକ୍ଷମ ହେବେ। ଆର୍ଥିକ ଉନ୍ନତି ଘଟିବ। ପରିବାରରେ ଖୁସିର ମାହୋଲ ରହିବ। ଖେଳ କସରତରେ ସମୟ କାଟିକେ। ମିଥୁନ: ଲୋକ ସମ୍ପର୍କ ବୃଦ୍ଧି ପାଇବ। ସମାଜରେ ସମ୍ମାନ ଓ ପ୍ରତିଷ୍ଠା ପାଇବେ। ବିଦ୍ୟା, ବୁଦ୍ଧି […]

hhhhhhh-1

Tapaswini Nayak
  • Published: Thursday, 29 October 2020
  • , Updated: 29 October 2020, 07:49 AM IST

ମେଷ: ସ୍ୱାସ୍ଥ୍ୟର ଯତ୍ନ ନେବାରେ ଅବହେଳା ପ୍ରଦର୍ଶନ କରିବେ। ବନ୍ଧୁତାର ଛଳନାରେ ଶତୃମାନେ ପାଖେ ପାଖେ ରହି ସମସ୍ୟାକୁ ବୃଦ୍ଧି କରାଇବେ। କଥା ଦେଇଥିବା ଲୋକମାନେ ଠିକ୍‌ ସମୟରେ ଦେଖାଦେବେ ନାହିଁ।

ବୃଷ: ମଧୁର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବାରେ ସକ୍ଷମ ହେବେ। ଆର୍ଥିକ ଉନ୍ନତି ଘଟିବ। ପରିବାରରେ ଖୁସିର ମାହୋଲ ରହିବ। ଖେଳ କସରତରେ ସମୟ କାଟିକେ।

ମିଥୁନ: ଲୋକ ସମ୍ପର୍କ ବୃଦ୍ଧି ପାଇବ। ସମାଜରେ ସମ୍ମାନ ଓ ପ୍ରତିଷ୍ଠା ପାଇବେ। ବିଦ୍ୟା, ବୁଦ୍ଧି ଓ ବାକ୍ ଚାତୁରୀ ଦ୍ୱାରା କାର୍ଯ୍ୟ ଗୁଡ଼ିକୁ ଠିକ୍ ଭାବରେ ସମ୍ପାଦନ କରିବେ। କଳା, ସାହିତ୍ୟ ଓ ମନୋରଞ୍ଜନରୁ ମନ ଖୁସି ରହିବ।

କର୍କଟ: ସମାଜରେ ପରାକ୍ରମ ବୃଦ୍ଧିହେବ। ଧାର୍ମିକ କାର୍ଯ୍ୟରେ ବା ପର ଉପକାରରେ ସମୟ ଦାନ କରିବେ। ଯେଉଁମାନଙ୍କୁ ଗୁରୁତ୍ୱ ଦେବେ ସେମାନେ ଓଲଟା ବୁଝି ପାରନ୍ତି।

ସିଂହ: ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ। ପୂର୍ବାପେକ୍ଷା ଅଧିକ ସୁସ୍ଥ ଅନୁଭବ କରିବେ। ଗବେଷଣା କ୍ଷେତ୍ରରେ ମିଳିଥିବାଗଭୀର ତତ୍ତ୍ୱକୁ ଅନ୍ୟମାନଙ୍କୁ ପ୍ରଦାନ କରି ଖୁସି ପାଇବେ। ମିଠା ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

କନ୍ୟା: ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପ୍ରତିକାମରେ ଆଗେଇ ଚାଲିବ। ବ୍ୟବସାୟରେ ସଫଳତା ମିଳିବ। ସମାଜରେ ମାନସମ୍ମାନ ବଢ଼ିବ।

ତୁଳା: ଧାର୍ମିକ କାର୍ଯ୍ୟରେ ସମୟ କାଟିବେ। ପରୋପକାରରେ ସମୟ ଓ ଶ୍ରମଦାନ କରିବେ, ଯାହା ଶତୃମାନଙ୍କୁ ମଧ୍ୟ ଆକୃଷ୍ଟ କରିବ।
ପରିଶ୍ରମର ପୂର୍ଣ୍ଣଫଳ ପାଇବାରେ କୌଣସି ପ୍ରତିବନ୍ଧକ ନାହିଁ। ନୀତିନିୟମ ଭିତରେ ଜୀବନ ବିତାଇବେ।

ବିଛା: ଆପଣଙ୍କର ପ୍ରଚଣ୍ଡ ବୌଦ୍ଧିକ ଶକ୍ତି ଅନ୍ୟମାନଙ୍କୁ ଚକିତ କରିବ। ଶାସ୍ତ୍ର, ପୁରାଣ ଓ ଇତିହାସ ଆଲୋଚନାରେ ମାନସିକ ଶାନ୍ତି ପାଇବେ।

ଧନୁ: ବନ୍ଧୁମାନଙ୍କ ଦ୍ୱାରା କାମ ଗୁଡିକ କରାଇ ନେବା ପାଇଁ ଇଚ୍ଛା ପ୍ରକାଶ କରିବେ। ଆଧ୍ୟାତ୍ମିକ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ଦେଶ ପ୍ରେମ ବୃଦ୍ଧି ହେବାସହ ପାରିବାରିକ ଜୀବନ ମନ୍ଦ ହେବ ନାହିଁ।

ମକର: ପ୍ରତିକ୍ଷେତ୍ରରେ ସମ୍ମାନିତ ହେବେ। ବିଚାର, ବିବେକ ଓ ଉଦାରତାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ସାଧୁ଼ସନ୍ଥଙ୍କ ସାନିଧ୍ୟ ଲାଭ କରିବା ସହ ଶତୃମାନଙ୍କୁ ପରାଜିତ କରିବେ।

କୁମ୍ଭ: ପରିବାର ମଧ୍ୟରେ ଆପଣଙ୍କ କଥାକୁ ଅନ୍ୟମାନେ ଠିକ୍‌ ଭାବେ ବୁଝି ପାରିବେ ନାହିଁ। ନୂଆ ବସ୍ତ୍ର ଓ ଆଭୂଷଣ ଆଦି କିଣିପାରନ୍ତି। ଆର୍ଥିକ ସ୍ଥିତି ଠିକ୍ ରହିବ।

ମୀନ: ବିଳାସବ୍ୟସନରେ ଦିନଟି କଟିବ। ଘରକୁ ଅତିଥି ଆସିପାରନ୍ତି। କମ୍ ପରିଶ୍ରମରେ ଅଧିକ ଲାଭ କରି ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ।

Related story