୨ଏପ୍ରିଲ, ମଙ୍ଗଳବାର: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ

ମେଷ: ଆଜି ଆପଣଙ୍କ ପୂରା ଦିନଟି ଆନନ୍ଦରେ କଟିବ। କାର୍ଯ୍ୟରେ ସଫଳତା ମିଳିବ। ଚିନ୍ତାମୁକ୍ତ ରହିବେ।  ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ମଧ୍ୟମ ଧରଣର ରହିବ। ବୃଷ:  ପୂରା ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ କଟିବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ମନର ଶାନ୍ତି ପାଇଁ ପୂଜାପାଠ କରନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ। ମିଥୁନ: ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ସାହିତ୍ୟ ଓ କଳାକ୍ଷେତ୍ରରେ […]

rasifala-4-1-1-2

rasifala-4-1-1-2

Rajalaxmi Sahu
  • Published: Tuesday, 02 April 2019
  • Updated: 02 April 2019, 07:40 AM IST

Sports

Latest News

ମେଷ: ଆଜି ଆପଣଙ୍କ ପୂରା ଦିନଟି ଆନନ୍ଦରେ କଟିବ। କାର୍ଯ୍ୟରେ ସଫଳତା ମିଳିବ। ଚିନ୍ତାମୁକ୍ତ ରହିବେ।  ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ମଧ୍ୟମ ଧରଣର ରହିବ।

ବୃଷ:  ପୂରା ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ କଟିବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ମନର ଶାନ୍ତି ପାଇଁ ପୂଜାପାଠ କରନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ।

ମିଥୁନ: ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ।

କର୍କଟ: କୌଣସି ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସୁସ୍ୱାଦୁ ଭୋଜନ ଖାଇବେ। ଆର୍ଥିକ ଲାଭ ମିଳିବ।

ସିଂହ: ଜୀବନସାଥୀଙ୍କ ସହଯୋଗ ମିଳିବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ସାଙ୍ଗସାଥୀ, ବନ୍ଧୁବାନ୍ଧବ ଓ ପରିବାରର ସଦସ୍ୟଙ୍କ ସହିତ ଦିନଟି କଟାଇବେ।

କନ୍ୟା: ହଠାତ୍‌ କୌଣସି ଶୁଭ ଖବର ପାଇବେ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ମନୋରଞ୍ଜନରେ ଦିନଟି କଟିବ। ଉଭୟ ଘରେ ଓ କାର୍ଯ୍ୟ କ୍ଷେତ୍ରରେ ଭଲ ବାତାବରଣ ରହିବ। ଫଳରେ ମନ ପ୍ରସନ୍ନ ରହିବ।

ବିଛା: କଥା ଓ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ।

ଧନୁ: ଆତ୍ମବିଶ୍ୱାସ ବଢ଼ିବ। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ପେଟରେ ଯନ୍ତ୍ରଣା ହୋଇପାରେ।

ମକର: ପରିବାର ସଦସ୍ୟଙ୍କ ସହ ଦିନଟି ଭଲରେ କଟିବ। ଧନଲାଭ ଯୋଗ ଅଛି। ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ।

କୁମ୍ଭ: ବହୁତ ଦିନ ଧରି ଲାଗି ରହିଥିବା ପୁରୁଣା ସମସ୍ୟାର ସମାଧାନ ହେବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କଠୁ ସାହାଯ୍ୟ ମିଳିବ।

ମୀନ: ଖର୍ଚ୍ଚ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରରେ ରୁହନ୍ତୁ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ମନରେ ଭୟ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos