୨ ଏପ୍ରିଲ, ମଙ୍ଗଳବାର: ପରିବାରରେ ଅପ୍ରୀତିକର ପରିସ୍ଥିତି ଉପୁଜିପାରେ

ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଠିକ୍ ରହିବ। ସୁସ୍ୱାଦୁ ଭୋଜନ ମିଳିବ। ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି।

Representational Image

  • Published: Tuesday, 02 April 2024
  • , Updated: 02 April 2024, 07:45 AM IST

ମେଷ: ଦିନଟି ଅନୁକୂଳ ରହିବ। ବାଦବିବାଦ, ମାଲିମୋକଦ୍ଦମା ଓ ପ୍ରତିଯୋଗିତା ଆଦିରେ ବିଜୟୀ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ। ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭଲ କରିବେ।

ବୃଷ: ପାରିବାରିକ ଅଶାନ୍ତି ଦୂର ହେବ। ମାନସିକ ଶାନ୍ତି ଅନୁଭବ କରିବେ। ନୂତନ ନିଯୁକ୍ତି କିମ୍ୱା ପଦୋନ୍ନତି ମିଳିବ। ଶାରୀରିକ, ମାନସିକ ଓ ଆର୍ଥିକ ଅଭିବୃଦ୍ଧି ଘଟିବ। ବ୍ୟବସାୟରେ ଭଲ ଲାଭ ହେବ।

ମିଥୁନ: ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଠିକ୍ ରହିବ। ସୁସ୍ୱାଦୁ ଭୋଜନ ମିଳିବ। ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି। ଜମି, ଜାଗା, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁଯୋଗ ଆସିପାରେ।

କର୍କଟ: ସହକର୍ମୀଙ୍କ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

ସିଂହ: ପରିବାରରେ ଅପ୍ରୀତିକର ପରିସ୍ଥିତି ଉପୁଜିପାରେ। ତେବେ କୌଶଳକ୍ରମେ ତାହାକୁ ସମାଧାନ କରିବେ। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ସମ୍ମାନିତ ହେବେ। ବ୍ୟବସାୟରେ କମ୍ ପରିଶ୍ରମରେ ଭଲ ଲାଭ ମିଳିବ।

କନ୍ୟା: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ପାଇବ। ଅବିବାହିତ ଯୁବକ, ଯୁବତୀମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ପତିପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ।

ତୁଳା: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ସନ୍ଧ୍ୟାରେ ଶୁଭ ସମ୍ବାଦ ପାଇବେ ଓ ମନ ପ୍ରଫୁଲ୍ଲିତ ରହିବ। ସହକର୍ମୀମାନଙ୍କ ଦ୍ୱାରା ବାକି ରହିଥିବା କାର୍ଯ୍ୟଗୁଡ଼ିକ ଯଥାରୀତି ସମ୍ପାଦନ କରିବେ।

ବିଛା: ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନେବା ସହ ପିତାମାତାଙ୍କ ପରାମର୍ଶ ନେବା ଭଲ ହେବ।

ଧନୁ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରି ପ୍ରଶଂସିତ ହେବେ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।

ମକର: ମନ ଖୁସି ରହିବ। ଧନପ୍ରାପ୍ତି ଯୋଗ ରହିଛି। ଆୟ ବୃଦ୍ଧି ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଆୟର ନୂତନ ପନ୍ଥା ପାଇବେ।

କୁମ୍ଭ: ବହୁ ଦିନର ସ୍ୱପ୍ନ ସାକାର ହେବ। ଆତ୍ମନିର୍ଭରଶୀଳ ହେବେ। ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ବଢ଼ିବ। ଛାତ୍ରଛାତ୍ରୀ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ମୀନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ୱ ଦେଇ ପ୍ରଶଂସିତ ହେବେ। ଅର୍ଥଲାଭ ହେବ। ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ମନ ବଳାଇବେ।

Related story