Advertisment

୨ ଜାନୁଆରୀ, ମଙ୍ଗଳବାର: ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ

ବିଳମ୍ବରେ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସଂପନ୍ନ କରିବେ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ।

author-image
Jitendra Garnayak
Rashi

Rashi

ମେଷ: ବନ୍ଧୁମାନଙ୍କ ସାହାଯ୍ୟ ଓ ସମର୍ଥନ ପାଇ ଅସମ୍ପୂର୍ଣ୍ଣ କାମକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ପରିବାରରେ ଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ।

Advertisment

ବୃଷ: ଅସୁସ୍ଥ ଅନୁଭବ କରିବେ। ପାରିବାରିକ ସମସ୍ୟା ଦେଖାଦେଇପାରେ। ଫଳରେ ମନ ଭାରାକ୍ରାନ୍ତ ରହିବ। ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡ଼ିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ
ସାହାଯ୍ୟ କରିବେ ନାହିଁ।

ମିଥୁନ: ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଲିଖିତ ମୌଖିକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। 

Advertisment

କର୍କଟ: ଆଜି ଆପଣଙ୍କୁ ମାନ ସମ୍ମାନ ଓ ପ୍ରତିଷ୍ଠା ପ୍ରାପ୍ତ ହେବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବଢ଼ିବ। ଶତ୍ରୁମାନେ ପରାଜିତ ହେବେ। ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ।

ସିଂହ: ବିଳମ୍ବରେ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସଂପନ୍ନ କରିବେ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ବନ୍ଧୁଙ୍କ ସହିତ ଭେଟ ହୋଇପାରେ। ଅପରାହ୍ନରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ପୂର୍ବର ବିବାଦୀୟ ପରିସ୍ଥିତିକୁ ଆଜି ସମାଧାନ କରିବା ପାଇଁ ସମର୍ଥ ହେବେ। ସତ୍ସଙ୍ଗ ଓ ଧର୍ମଚର୍ଚ୍ଚାରେ ମନୋନିବେଶ କରିବେ। ସାହିତ୍ୟ ଓ ସଭା ସମିତିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ମହିଳାମାନେ ହସଖୁସିରେ ଦିନ କାଟିବେ। ଘରେ ବାହାରେ ସବୁଠି ଆଦର ସମ୍ମାନ ଲାଭ କରିବେ।

ତୁଳା: ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ସୁସ୍ଥ ରହିବେ। ସୁସ୍ୱାଦୁ ଭୋଜନ ମିଳିବ। ବହୁଦିନରୁ ଅଟକି ଥିବା କାର୍ଯ୍ୟକୁ ପୁଣି ଆରମ୍ଭ କରିବେ। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରି ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ନୂତନ ବସ୍ତ୍ର ଓ ଆଭୂଷଣ ପ୍ରାପ୍ତ ହୋଇପାରେ। ଧନ ଓ ମାନ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ଭଲ ଅଛି। କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ।

ଧନୁ: ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ବେଶ୍ ଅନୁକୂଳ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ।

ମକର: ପୂର୍ବର ବିବାଦୀୟ ସମସ୍ୟା ଓ ପ୍ରତିବନ୍ଧକକୁ ଆଜି ବନ୍ଧୁଙ୍କ ସାହାଯ୍ୟରେ ସମାଧାନ କରିବେ। କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପିତାମାତାଙ୍କ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଚିକିତ୍ସକଙ୍କ ପରାମର୍ଶ ନେଇପାରନ୍ତି। ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ।

କୁମ୍ଭ: ଛୋଟ ଛୋଟ କଥାକୁ ନେଇ ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ। ଏଣୁ ଜଗିରଖି ଓ ଭାବିଚିନ୍ତି କାର୍ଯ୍ୟ କରନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଅପରାହ୍ନରେ ଦେବ ଦର୍ଶନ କରିବାର ସୁଯୋଗ ମିଳିବ।

ମୀନ: ଦିନଟି ଭଲରେ କଟିବ। ସମସ୍ତଙ୍କ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ ମିଳିବ।
ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବାରୁ ଖୁସି ରହିବେ।  

Astrology Daily Horoscope