ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାକୁ ସମର୍ଥ ହେବେ।
ବୃଷ: ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ । କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ ।
ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ, ଆର୍ଥିକ ସମସ୍ୟାର ସମାଧାନ ହେବ । ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି, ସେଥିରେ ଶୁଭଫଳ ମିଳିବ । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ ।
କର୍କଟ: ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନଯୋଗ ଦେଇ ଅଧୁରା କାର୍ଯ୍ୟ ପୂରଣ କରିବେ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ ଓ ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।
ସିଂହ: ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ସରକାରୀ କାମରେ ସଫଳତା ପାଇବେ ଓ ଅଚାନକ ଭାବରେ ଧନ ଲାଭ ହେବ । ଶରୀର ଭଲ ରହିବା ସହ ନୂତନ କର୍ମପ୍ରାପ୍ତି ହୋଇପାରେ ।
କନ୍ୟା: ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ । ସନ୍ତାନର ସୁଖବର ଶୁଣି ଖୁସି ହେବେ ଓ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।
ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।
ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।
ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ମନ ଭଲ ରହିବ ଓ ଶତୃମାନେ ଦୂର ହେବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ ।
ମକର: ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ । ପୁରାତନ ରୋଗର ଉପଶମ ହେବ । କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ।
କୁମ୍ଭ: ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ କରିବେ। ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ ।
ମୀନ: ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ । ବିଦ୍ୟାର୍ଥିମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।