୨ ଜୁନ, ଶୁକ୍ରବାର: ଦୂରଯାତ୍ରା କଲେ ହଇରାଣ ହେବାକୁ ପଡିପାରେ

କୌଣସି ସମସ୍ୟା ପାଇଁ ବାରମ୍ବାର ଅନୁତାପ କରିପାରନ୍ତି । ନୂଆ ବନ୍ଧୁଙ୍କ ପାଖରେ ମନ କଥା ଖୋଲିକି କହିବେ । ବ୍ୟବସାୟରେ ଅଧିକ ଲାଭ ପାଇବା ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

Representational Image

  • Published: Friday, 02 June 2023
  • , Updated: 02 June 2023, 08:20 AM IST

ମେଷ: ଅଯଥା ବ୍ୟୟଭାର ବୃଦ୍ଧି ହେବାରୁ ମନ ବ୍ୟସ୍ତବିବ୍ରତ ଲାଗିବ । ପୂଜାପୁଜିରେ ଅଧିକ ସମୟ ଦେବେ କିନ୍ତୁ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ପିଲାମାନଙ୍କର ପାଠପଢାକୁ ନେଇ ବାପାମା’ ଚିନ୍ତାରେ ରହିପାରନ୍ତି ।

ବୃଷ: କୌଣସି ସମସ୍ୟା ପାଇଁ ବାରମ୍ବାର ଅନୁତାପ କରିପାରନ୍ତି । ନୂଆ ବନ୍ଧୁଙ୍କ ପାଖରେ ମନ କଥା ଖୋଲିକି କହିବେ । ବ୍ୟବସାୟରେ ଅଧିକ ଲାଭ ପାଇବା ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ: ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ । ଦୂରସ୍ଥାନକୁ ଗଲାବେଳେ ସାବଧାନତା ସହିତ ଯାଆନ୍ତୁ । ବ୍ୟବସାୟରେ ଅର୍ଥଲାଭ ହେବ ଓ ନୂତନ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ ଅଶାନ୍ତି ଦୂର ହେବ ।

କର୍କଟ: ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବେ । ଶତ୍ରୁମାନେ ଶତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଦୂରଯାତ୍ରା କଲେ ହଇରାଣ ହେବାକୁ ପଡିପାରେ ।

ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: ବ୍ୟବସାୟୀମାନେ ସ୍ଥଳ ବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭ ପାଇବେ । ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ବାରା ବିଚାର କଲେ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ୍ଣ ଦୂର ହେବ ।

କୁମ୍ଭ: ସାମାଜିକ ପତିଆରା ଅମଳିନ ରହିବ ଓ ଟଙ୍କା ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ । ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ ଓ ନୂତନ ବନ୍ଧୁମିଳନ ହେତୁ ମନଖୁସି ରହିବ।

ମୀନ: ବ୍ୟବସାୟରେ ଲାଭ ପାଇ ପାରିବେ । ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ବହୁ ଦିନରୁ ପଡିଥିବା କାର୍ଯ୍ୟରେ ସଫଳତା ପାଇବେ । ଭୂମି ,ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ । ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବା ସହିତ ମାନସମ୍ମାନ ପ୍ରାପ୍ତି ହେବ।

Related story