୨ ମାର୍ଚ୍ଚ, ଗୁରୁବାର: ପାରିବାରିକ ଜୀବନ ଶାନ୍ତିମୟ ହେବ

ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଦେଖାଦେବ। ମହିଳାମାନେ ଘରେ ବାହାରେ ସବୁଠି ପ୍ରଶଂସନୀୟା ହେବେ ।

Rasi

  • Published: Thursday, 02 March 2023
  • , Updated: 02 March 2023, 07:48 AM IST

ମେଷ: ନିଜ ଯୋଜନାକୁ ବାସ୍ତବ ରୂପ ଦେବାକୁ କ୍ରମାଗତ ପ୍ରୟାସ କରିବେ ଏବଂ ସଫଳ ହେବେ। ଧନଲାଭର ଯୋଗ ରହିଛି, ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଦେଖାଦେବ । ମହିଳାମାନେ ଘରେ ବାହାରେ ସବୁଠି ପ୍ରଶଂସନୀୟା ହେବେ । ପାରିବାରିକ ଜୀବନ ଶାନ୍ତିମୟ ହେବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ।

ମିଥୁନ: କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ । ଆର୍ଥିକ ଉନ୍ନତି ଘଟିବ, ଯାହା ଫଳରେ ଭାରାକ୍ରାନ୍ତ ମନ ପ୍ରଫୁଲ୍ଲିତ ରହିବ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ॥

କର୍କଟ: ଆଜି ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲରେ କଟିବ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ । ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ । ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସଂକେତ ମିଳିପାରେ।

ସିଂହ: ଦୈବୀ କୃପା ଲାଭ କରିବା ସହିତ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସ୍ୱାଦିଷ୍ଠ ଭୋଜନ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ।

କନ୍ୟା: ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। କୌଣସି ଅନୁଷ୍ଠାନ ତରଫରୁ ଆପଣଙ୍କୁ କୌଣସି ବଡ଼ ଦାୟିତ୍ୱ ମିଳିବ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ବିଦ୍ୟାର୍ଥୀମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।

ତୁଳା: ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ, ବ୍ୟବସାୟୀମାନେ ଲାଭବାନ ହେବେ। ଯାନବାହନ ପ୍ରାପ୍ତିର ଯୋଗ ରହିଛି।

ବିଛା: ମନରେ ଧାର୍ମିକ ଚିନ୍ତାଧାରା ସୃଷ୍ଟି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ଆଇନକାନୁନ ମାମଲାରେ ସହଜରେ ସମାଧାନର ବାଟ ଫିଟିବ ।

ଧନୁ: ଆର୍ଥିକ ଲାଭ ପାଇଁ ଦିନଟି ଭଲ ରହିବ । କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ । ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।

ମକର: ପରିବାରରୁ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ ।

କୁମ୍ଭ: ପିତାମାତାଙ୍କ ଆଶୀର୍ବାଦରୁ ଆପଣଙ୍କୁ ସଫଳତା ମିଳିବ । ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ । ବକେୟା ପ୍ରାପ୍ୟ ପାଇଁ ବିବାଦ ହୋଇପାରେ, ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ମିଳିବ ।

ମୀନ: ଆଧ୍ୟାତ୍ମିକ ଭାବନାରେ ସମୟ କଟିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

Related story