୨ ମେ’, ମଙ୍ଗଳବାର: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ

ଅର୍ଥଲାଭ ହେବ। ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିପାରନ୍ତି।

Representational Image

  • Published: Tuesday, 02 May 2023
  • , Updated: 02 May 2023, 07:06 AM IST

ମେଷ: ପାରିବାରିକ ଜୀବନ ଭଲ ରହିବ। କର୍ମକ୍ଷେତ୍ରରେ ଭଲରେ ଦିନଟି କଟିବ। ବନ୍ଧୁଙ୍କ ସହିତ ଥିବା ମନାନ୍ତର ଦୂର ହୋଇଯିବ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ।

ବୃଷ: କର୍ମକ୍ଷେତ୍ରରେ ଉନ୍ନତି ହେବ। ସମ୍ମାନ ପ୍ରାପ୍ତିର ଯୋଗ ରହିଛି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି। ବ୍ୟବସାୟରୁ ଭଲ ଲାଭ ମିଳିବ।

ମିଥୁନ: ଦିନଟି ଭଲରେ କଟିବ। ଶତୃମାନେ ପରାଜିତ ହେବେ। କୌଣସି ଜିନିଷ ହଜି ଯାଇପାରେ। ସହକର୍ମୀ, ଭାଇ-ଭଉଣୀ ବା ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପତ୍ନୀଙ୍କ ସହ ମତାନ୍ତର ହେବାର ଆଶଙ୍କା ରହିଛି।

ସିଂହ: କୌଣସି ମୂଲ୍ୟବାନ ଜିନିଷ କିଣିବା ପାଇଁ ମନ ବଳାଇବେ। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ। ମନ ଅସ୍ଥିର ରହିପାରେ। 

କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ। ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ପୂରା ବ୍ୟସ୍ତ ରହିବେ।

ତୁଳା: ଅର୍ଥଲାଭ ହେବ। ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ ପରିବାର ସକାଶେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିପାରନ୍ତି। ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।

ବିଛା: ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ। ବିବାଦୀୟ ଘଟଣାରେ କିଛି କହିବା ଅପେକ୍ଷା ନୀରବ ରହିଲେ ଭଲ ହେବ।
ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ।

ଧନୁ: ସମସ୍ତ ଆଶା, ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଚତୁରତାର ସହ ତା’ର ସମାଧାନ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ଆତ୍ମୀୟସ୍ୱଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିବେ। ଆକସ୍ମିକ ଭାବେ ଖର୍ଚ୍ଚଭାର ବୃଦ୍ଧି ହେତୁ ଚିନ୍ତା ପ୍ରକଟ କରିପାରନ୍ତି।
ଅଗ୍ନି, ଜଳ ଓ ବିଦ୍ୟୁତ ପ୍ରତି ସାବଧାନ ରୁହନ୍ତୁ। ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ମିଳିପାରେ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।

ମୀନ: ବନ୍ଧୁଙ୍କ ସହଯୋଗରେ ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରିବେ। ବସ୍ତ୍ର, ଆଭୂଷଣ ଆଦି ପ୍ରାପ୍ତିର ଯୋଗ ରହିଛି। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ, କିନ୍ତୁ କ୍ଷତି କରିପାରିବେ ନାହିଁ।

Related story