୩ ଏପ୍ରିଲ, ରବିବାର; ତରତର ହୋଇ କାର୍ଯ୍ୟ କରନ୍ତୁ ନାହିଁ

ମେଷ:  ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ରାଜନୀତି କ୍ଷେତ୍ରରେ ଥିଲେ ନିଜର ଦକ୍ଷତା ଯୋଗ୍ୟତାକୁ ନେଇ ଜନସମର୍ଥନ ହାସଲ କରିବେ ।

ବୃଷ: ଆଜି ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ । ବ୍ୟବସାୟରେ ଆର୍ଥିକ ଉନ୍ନତି ଦେଖା ଦେବ । ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ ।

ମିଥୁନ:  ଆପଣଙ୍କୁ ଶୁଭ ସମାଚାର ମିଳିବ  । ପ୍ରତ୍ୟେକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ବିଜୟୀ ହେବେ। ତରତର ହୋଇ କାର୍ଯ୍ୟ କରନ୍ତୁ ନାହିଁ । ପରିବାରରେ ଭାଇଭଉଣୀଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ।

 କର୍କଟ: ଗୃହରେ ମାଙ୍ଗଳିକ କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ  । ଆୟ ତୁଳନାରେ ବ୍ୟୟ ଅଧିକ ହେବ  ।

ସିଂହ:  ଆଜି ପ୍ରତ୍ୟେକ କ୍ଷେତ୍ରରେ  ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି କରିବା ସହିତ ଆଶାନୁରୁପ ଲାଭବାନ୍ ହେବେ  । ଆର୍ଥିକ ସ୍ଥିତି ସୁଦୃଢ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ  ।

କନ୍ୟା:  ଆଜି ପୂର୍ବର ଦୁଃଶ୍ଚିନ୍ତା ଦୂର ହୋଇଯିବ । ବ୍ୟବସାୟରେ ଉନ୍ନତି ସହ  ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ। ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ମିଳିବ ।

ତୁଳା: ଅପରାହ୍ନରେ ଶୁଭ ଖବର ଶୁଣି ଖୁସି ହେବେ । ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ।  ପୂର୍ବର ଜମିଜମା ବିବାଦର ସମାଧାନ ହୋଇଯିବ।

ବିଛା:  ଆଜି  ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଯାହା ଫଳରେ ମନ ଆନନ୍ଦିତ ହେବ । ଗାଡି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ ।

ଧନୁ:  ଆଜି ଆପଣଙ୍କୁ ସମସ୍ତ ଦିଗରୁ ସଫଳତା ମିଳିବ । ଯୋଜନା ଅନୁସାରେ କାର୍ଯ୍ୟ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବ  ।

ମକର: କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ । ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରିବେ । ରାଜନୀତି କ୍ଷେତ୍ରରେ ଭୁଲ୍ ବୁଝାମଣା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ।

କୁମ୍ଭ:  ଆପଣଙ୍କର ଆଶା ଆକାଂକ୍ଷା ପୂରଣ ହେବ । ମାନ ସମ୍ମାନ ପ୍ରତିଷ୍ଠାର ଅଧିକାରୀ ହେବେ। ପରିବାରରେ ପୂର୍ବରୁ ଲାଗି ରହିଥିବା ଅଶାନ୍ତି, ମନୋମାଳିନ୍ୟ ଦୂର ହୋଇଯିବ  ।

ମୀନ: ବୁଦ୍ଧି ବିବେକ, ଜ୍ଞାନ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମର୍ଥ ହେବେ । ଆଜି ଆପଣଙ୍କୁ ଯଶ-ମାନ ସମ୍ମାନ ମିଳିବ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।