୩ ଅଗଷ୍ଟ, ବୁଧବାର: କର୍ମ କ୍ଷେତ୍ରରେ କ୍ଷତି ସହିବାକୁ ପଡ଼ିପାରେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ।  ଶାରୀରିକ, ମାନସିକ ଅଭିବୃଦ୍ଧି ଘଟିବା ସହ ବ୍ୟବସାୟରେ ଲାଭ ମିଳିବ। ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଶାନ୍ତି ମିଳିବ। ବୃଷ: ଆଜି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ସାଂସାରିକ ଜୀବନ ସୁଖମୟ ହେବା ସହ ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୂର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ କୃତକାର୍ଯ୍ୟ ହେବେ । ମିଥୁନ: ଆଜି ଆପଣ ବ୍ୟବସାୟରେ ଲାଭବାନ […]

RASI

RASI

Niharika Rout
  • Published: Wednesday, 03 August 2022
  • Updated: 04 August 2022, 07:58 AM IST

Sports

Latest News

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ।  ଶାରୀରିକ, ମାନସିକ ଅଭିବୃଦ୍ଧି ଘଟିବା ସହ ବ୍ୟବସାୟରେ ଲାଭ ମିଳିବ। ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଶାନ୍ତି ମିଳିବ।

ବୃଷ: ଆଜି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ସାଂସାରିକ ଜୀବନ ସୁଖମୟ ହେବା ସହ ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୂର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ କୃତକାର୍ଯ୍ୟ ହେବେ ।

ମିଥୁନ: ଆଜି ଆପଣ ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଶାନ୍ତି ମିଳିବ, କର୍ମକ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ। ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।

କର୍କଟ: ଆଜି ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ। ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି, ଆର୍ଥିକ ଉନ୍ନତି ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ ପୁରଷ୍କୃତ ହେବେ ।

ସିଂହ:  ଆଜି ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ । ଧନ ସଞ୍ଚୟ ପାଇଁ ଦିନଟି ଅନୁକୂଳ ରହିବ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରିବ। ମହିଳା ଓ ଛାତ୍ରଛାତ୍ରୀମାନେ କର୍ମ ନିପୂଣ ହେବେ ।

କନ୍ୟା:  ଆଜି ମନ ଭାରାକ୍ରାନ୍ତ ରହିବା ସହ ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ। ରାଜନୈତିକ କ୍ଷେତ୍ରରେ ଥିଲେ ଜନ କଲ୍ୟାଣ କାର୍ଯ୍ୟରେ ବ୍ୟସ୍ତ ରହିବେ । ମହିଳାମାନେ ହସ ଖୁସିରେ ଦିନଟି ଅତିବାହିତ କରିବେ ।

ତୁଳା: କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ, ନହେଲେ କିଛି କ୍ଷତି ସହିବାକୁ ପଡିପାରେ । ବହୁଦିନରୁ ଲାଗିରହିଥିବା ମାଲିମୋକଦମାର ସମାଧାନ ହୋଇପାରେ । କୃଷିକ୍ଷେତ୍ରରେ ଉନ୍ନତି କରିବେ, ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।

ବିଛା: ଆଜି ଦିନଟି ବିଳାସବ୍ୟସନରେ ଅତିବାହିତ କରିବେ । ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ଘଟିବ, କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ସାହିତ୍ୟ, ସଙ୍ଗୀତ, ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।

ଧନୁ: ଆଜି ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ମହିଳା ଓ ଛାତ୍ରଛାତ୍ରୀମାନେ ଆନନ୍ଦ ଉଲ୍ଲାସରେ ଦିନଟି କାଟିବେ ।

ମକର:  ଆଜି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇପାରେ, ବ୍ୟବସାୟରେ ଲାଭ କମ ହେବ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଗୁପ୍ତ ଶତୃମାନେ ପରାଜିତ ହେବେ।

କୁମ୍ଭ: ଆଜି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ, ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମହିଳାମାନେ ପାରିବାରିକ ପରିବେଶରେ ନିଜର ସ୍ଥିତି ସୁଦୃଢ କରିବେ । ବିଦ୍ୟାର୍ଥୀମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।

ମୀନ: ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ। ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos