୩ ଡିସେମ୍ବର,ଶୁକ୍ରବାର: ମନ ଅସ୍ଥିର ରହିବ

ମେଷ: ପରିବାରରେ ମନୋମାଳିନ୍ୟ ଦେଖାଯିବ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ। ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ମିଥୁନ: ଦିନଟି ଭଲରେ କଟିବ। ଶତ୍ରୁମାନେ ପରାଜିତ ହେବେ। କୌଣସି ଜିନିଷ ହଜି ଯାଇପାରେ। କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ। ସିଂହ: ମନ ଅସ୍ଥିର ରହିବ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ […]

RASI

Tapaswini Nayak
  • Published: Friday, 03 December 2021
  • , Updated: 03 December 2021, 07:44 AM IST

ମେଷ: ପରିବାରରେ ମନୋମାଳିନ୍ୟ ଦେଖାଯିବ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ।

ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ। ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ଗ୍ରହଣ କରିବେ।

ମିଥୁନ: ଦିନଟି ଭଲରେ କଟିବ। ଶତ୍ରୁମାନେ ପରାଜିତ ହେବେ। କୌଣସି ଜିନିଷ ହଜି ଯାଇପାରେ।

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ।

ସିଂହ: ମନ ଅସ୍ଥିର ରହିବ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ।

କନ୍ୟା: ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ। ପାଇବାକୁ ଥିବା ଅର୍ଥ ପାଇଁ ଝଗଡ଼ା ହୋଇପାରେ।

ତୁଳା: ଅର୍ଥଲାଭ ହେବ। ସମସ୍ତ ସମସ୍ୟାର ସମାଧାନ ହୋଇଯିବ। କାହା କଥାରେ ପ୍ରଭାବିତ ହୋଇ କିଛି ଗୋଳମାଳିଆ ସ୍ଥିତି ସୃଷ୍ଟି କରିପାରନ୍ତି।

ବିଛା: ମନ ଅଶାନ୍ତ ରହିବ। ନୀରବ ରୁହନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଭଲ ଅଛି।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ ସାମ୍ନା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ହସଖୁସିରେ ଦିନଟି ଅତିବାହିତ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅଗ୍ନି, ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।

ମୀନ: ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇ ଆନନ୍ଦିତ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ, କିନ୍ତୁ ହଇରାଣ କରିପାରିବେ ନାହିଁ।

Related story