ମେଷ: ଶାରୀରିକ କଷ୍ଟ ଦୂର ହୋଇ ସ୍ୱାସ୍ଥ୍ୟ ଭଲ ରହିବ । ଦୂରଯାତ୍ରା କରିବା ଦ୍ୱାରା ବହୁତ ଲାଭ ମିଳିବ ଓ ଜୀବନରେ ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବେ । ସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ।
ବୃଷ: ବନ୍ଧୁମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ ଓ ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ। ବୁଝିବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।
ମିଥୁନ:ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବା ସହ ପାରିବାରିକ ଜୀବନ ଆନନ୍ଦମୟ ହେବ। ନୂଆ ନୂଆ ବ୍ୟବସାୟିକ ସଂପର୍କ ସ୍ଥାପନ ହେବ । ଭାଗିଦାର ବ୍ୟବସାୟ ପାଇଁ ଅଚାନକ ସାହାଯ୍ୟ ସହଯୋଗ ମିଳିବ।
କର୍କଟ: କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକି ଟଙ୍କା ମିଳିଯିବ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ ।
ସିଂହ: କ୍ରୋଧକୁ ଦମନ କରି ହସଖୁସିର ବାତାବରଣ ସୃଷ୍ଟି ହେବ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ଆଭୂଷଣରେ ଅଧିକ ବ୍ୟୟ ଘଟିବ। ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିବ ।
କନ୍ୟା: ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବେ । ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ କିନ୍ତୁ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।
ତୁଳା: ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ରହିବେ । ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ କିନ୍ତୁ ସଫଳତା ପାଇବେ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜସେବାରେ ମନ ବଳାଇବେ ।
ବିଚ୍ଛା: କୌଣସି କଥାକୁ ନେଇ ନିଜ ସମ୍ପର୍କୀୟଙ୍କ ସହିତ ମନୋମାଳିନ୍ୟ ହେବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ। ଅପରାହ୍ନ ପରେ ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମ୍ମାନ ମିଳିବ ।
ଧନୁ: କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗିରଖି ରହିବାକୁ ପଡିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ, ଦୂରସ୍ଥାନକୁ ଯାତ୍ରା କଲାବେଳେ ସତର୍କତାର ସହ ଯାଆନ୍ତୁ । ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।
ମକର: ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ଦୂରସ୍ଥାନକୁ ଯାତ୍ରା କରିବେ ଓ ବ୍ୟବସାୟରେ ଉନ୍ନତି କରିବେ । ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ।
କୁମ୍ଭ :କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦେବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ବାଦବିବାଦ, କ୍ରିଡା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତାମୂଳକ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ ।
ମୀନ: ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବାହ୍ୟ ଦେଶକୁ ଯାତ୍ରା କରିପାରିବେ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ଶତୃମାନେ ପରାଜିତ ହେବା ଫଳରେ ମାନସିକ ଅଶାନ୍ତି ଦୂରେଇଯିବ।