୩୦ ଏପ୍ରିଲ, ରବିବାର: କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ଖୁସି ହେବେ

ଆଜି ମେଷ ରାଶିର ଘାତବାର। କର୍କଟ ଓ ମକର ରାଶିର ଘାତଚନ୍ଦ୍ର।

Representational Image

  • Published: Sunday, 30 April 2023
  • , Updated: 30 April 2023, 07:30 AM IST

ମେଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ନଚେତ ଅସୁବିଧାରେ ପଡ଼ିପାରନ୍ତି। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ଅବଳମ୍ବନ କରନ୍ତୁ। ପିଲାମାନଙ୍କର ପାଠପଢ଼ାକୁ ନେଇ ବାପାମା’ ଚିନ୍ତାରେ ରହିପାରନ୍ତି।

ବୃଷ: ବ୍ୟବସାୟରେ ବ୍ୟୟ ବୃଦ୍ଧି ଦେଖାଦେବ। ସେଥିପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି। ଭାତୃବିବାଦ ଓ ପାରିବାରିକ ସମସ୍ୟା ବୃଦ୍ଧି ହେବାରୁ ମନ ଭଲ ରହିବ ନାହିଁ।

ମିଥୁନ: କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିବ। ଅର୍ଥ ପ୍ରାପ୍ତି ହେବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଅଧାରେ ପଡ଼ିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବାରୁ ମନ ଖୁସି ରହିବ।

କର୍କଟ: ବ୍ୟବସାୟରେ ଆଶାନୁରୂପ ଫଳ ମିଳିବ ନାହିଁ। ଗୁପ୍ତଶତ୍ରୁ ବଢ଼ିବେ। ପରିବାରରେ ତିକ୍ତତା ଦେଖାଦେବା ସହିତ ଆର୍ଥିକ ସମସ୍ୟା ବୃଦ୍ଧି ହେବ।

ସିଂହ: ପାରିବାରିକ ଜୀବନ ସୁଖମୟ ହେବ। ଘରକୁ ଅତିଥି ଆସିବେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ଅଚାନକ ଅର୍ଥପ୍ରାପ୍ତି ହେବ। ସୁସ୍ୱାଦୁ ଭୋଜନ କରିବେ।

କନ୍ୟା: କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ଖୁସି ହେବେ। ବ୍ୟବସାୟରେ ବ୍ୟୟ ବଢ଼ିବାରୁ ନୂଆ ନୀତି ପ୍ରୟୋଗ କରିବେ। ସନ୍ତାନମାନଙ୍କର ଚାକିରି ସମସ୍ୟାକୁ ନେଇ ବାପାମା’ ଚିନ୍ତିତ ରହିବେ।

ତୁଳା: କୌଣସି ବଡ଼ ବ୍ୟବସାୟ କରିବା ପାଇଁ ବାହାରକୁ ଯାତ୍ରା କରିପାରନ୍ତି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବା ସହିତ ମାନସମ୍ମାନ ପ୍ରାପ୍ତି ହେବ।

ବିଛା:ସ୍ୱାସ୍ଥ୍ୟକ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ସମ୍ମାନ ପ୍ରାପ୍ତି ହେବ। ବହୁଦିନରୁ ଅଟକି ଥିବା କାର୍ଯ୍ୟର ସମାଧାନ ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ।

ଧନୁ: ଦୂରସ୍ଥାନକୁ ଯାତ୍ରା କରି ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଅର୍ଥର ଅଭାବ ଦେଖାଯିବାରୁ ବନ୍ଧୁ ସହଯୋଗ କରିବାକୁ ଆଗେଇ ଆସିବେ।

ମକର: ଅର୍ଥ ଦେଣନେଣ କରନ୍ତୁ ନାହିଁ। ଠକାମିରେ ପଡ଼ିପାରନ୍ତି। ପିଲାମାନଙ୍କ ସ୍ଵଭାବକୁ ଦେଖି ବାପାମା’ଙ୍କ ମନ ଭଲ ରହିବ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ।

କୁମ୍ଭ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୌଣସି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। କୌଣସି ନିର୍ମାଣାଧୀନ କାର୍ଯ୍ୟ ପାଇଁ ବନ୍ଧୁଙ୍କ ଠାରୁ ସାହାଯ୍ୟ ଆଣିପାରନ୍ତି।

ମୀନ: କର୍ମକ୍ଷେତ୍ରରେ ଉନ୍ନତି ହେବ। ନୂଆ ବ୍ୟବସାୟ କରିବା ପାଇଁ ମନ ବଳାଇବେ। ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ। ଘରକୁ ଅତିଥିଙ୍କର ଆଗମନ ହେବ।
 

Related story