ମେଷ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତି ସହିପାରନ୍ତି। ଗୁପ୍ତଶତ୍ରୁଙ୍କ ସଂଖ୍ୟା ବଢ଼ିବ।
ମିଥୁନ: ବ୍ୟବସାୟକୁ ବଢ଼ାଇବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ପାରନ୍ତି। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ: ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ସଉଦା କିଣିବା ସମୟରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। କୌଣସି କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ।
ସିଂହ: କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବନ୍ଧୁବାନ୍ଧବଙ୍କର ପରାମର୍ଶ ନେବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଆୟର ନୂଆ ପନ୍ଥା ଖୋଜିବେ।
କନ୍ୟା: କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିବ। ମାନସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ ବାଣିଜ୍ୟରେ ଅଧିକ ସମୟ ଦେବା ହେତୁ ଅର୍ଥଲାଭ ମିଳିବ।
ତୁଳା: ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ଆତ୍ମବିଶ୍ୱାସ ଯୋଗୁ ସମ୍ମାନର ଅଧିକାରୀ ହେବେ। କେତେକ କ୍ଷେତ୍ରରେ ବାଧା ବନ୍ଧନ ନ ମାନି ଆଗେଇ ଯିବାର ସୁଯୋଗ ପାଇବେ। ପ୍ରତିକାର-ବାସଚନ୍ଦନ ମୁଣ୍ଡରେ ଲଗାନ୍ତୁ।
ବିଛା: ସାଙ୍ଗମାନଙ୍କ ସାହାଯ୍ୟ ପାଇବେ ଓ ଅନେକ ସମସ୍ୟାର ସମାଧାନ ହୋଇଯିବ। ଉଚ୍ଚ ଅଧିକାରୀଙ୍କ ସହ ସଂପର୍କ ଦୃଢ଼ ହେବ। ଗଠନମୂଳକ ତଥା ସେବା ସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ।
ଧନୁ: ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହୋଇପାରେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ l
ମକର: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଘଟିବ। କର୍ମକ୍ଷେତ୍ରରେ ଉନ୍ନତିର ସୂଚନା ପାଇ ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ। ପାରିବାରିକ ଜୀବନ ହସଖୁସିରେ କଟିବ। ପ୍ରତିକାର-ଦହି, ମିଠା ଖାଇ ଘରୁ ବାହାରନ୍ତୁ।
କୁମ୍ଭ: ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବାକୁ ଯୋଜନା କରିବେ। ଜାଗା, ଜମି ଓ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। ଉତ୍ତମ ବୁଝାମଣା ଯୋଗୁ ସମ୍ମାନର ଅଧିକାରୀ ହେବେ। ପ୍ରତିକାର-ମାଆବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମୀନ: ସାମାଜିକ ସ୍ତରରେ ପ୍ରଶଂସିତ ହେବେ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅନେକ କ୍ଷତି ହେବ । ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।