ମେଷ: ପ୍ରତି କାର୍ଯ୍ୟରେ ସଫଳତା ପାଇବା ସହିତ ଅର୍ଥ ପ୍ରାପ୍ତି ହେବ । ନୂତନ ବ୍ୟବସାୟ କରିବା ପାଇଁ ଦୂରସ୍ଥାନକୁ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ବୃଷ: ଛାତ୍ରଛାତ୍ରୀ ଚାକିରି କ୍ଷେତ୍ରରେ ସଫଳତା ପାଇବାରୁ ଦୂରସ୍ଥାନକୁ ଯାତ୍ରା କରିବେ। ବହୁଦିନରୁ ଅଟକିଥିବା କାର୍ଯ୍ୟ ପାଇଁ ଶୁଭଖବର ପ୍ରାପ୍ତି ହେବ । ଫଳରେ ମନ ଖୁସି ରହିବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମ୍ମାନ ମିଳିବ ନାହିଁ । ଅଳସୁଆପଣ ବୃଦ୍ଧି ହେବ।
ମିଥୁନ: ରାଜନୀତି କରୁଥିବା ବ୍ୟକ୍ତି ଅପମାନିତ ହୋଇ ପାରନ୍ତି। ଘରକୁ ବନ୍ଧୁଙ୍କର ଆଗମନ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ ,ଅର୍ଥ ପ୍ରାପ୍ତି ହେବ।
କର୍କଟ: ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଘରକୁ ନୂଆ ଅତିଥିଙ୍କର ଆଗମନ ହେବ। ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଲାଭ ପାଇବାରୁ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।
ସିଂହ: ଅର୍ଥ କାରବାରକୁ ନେଇ ଅପମାନିତ ହୋଇ ପାରନ୍ତି। କୌଣସି ସମସ୍ୟା ପାଇଁ ମନ ଅସ୍ଥିର ରହିବ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବାରୁ ଘରେ କାହାରି ମନ ଭଲ ରହିବ ନାହିଁ ।
କନ୍ୟା: ସନ୍ତାନମାନଙ୍କ ସ୍ଵଭାଵ ଆଚରଣ ଦେଖି ବାପାମା ଖୁସି ହେବେ । ଚାକିରି କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ହେବ ଓ ନୂତନ କାର୍ଯ୍ୟ କରିବା ପାଇଁ ଆଗ୍ରହ ବଢିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ । ଦୁରବନ୍ଧୁଙ୍କ ସହିତ ମିଳନ ହେବ।
ତୁଳା: ଛୋଟ କଥାକୁ ନେଇ ବନ୍ଧୁଙ୍କ ସହିତ କଳହ ଦେଖାଯିବାରୁ ମନ ଭଲ ରହିବ ନାହିଁ। ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବା ସହିତ ମାନସମ୍ମାନ ପ୍ରାପ୍ତି ହେବ ।
ବିଛା: ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ହେତୁ ଅର୍ଥହାନୀ ହେବ। ରାଜନୀତିରେ ଥିବା ବ୍ୟକ୍ତି ଅଧିକ ପରିଶ୍ରମ କରି ସଫଳତା ପାଇପାରିବେ । ଦୂରସ୍ଥାନକୁ ଗଲାବେଳେ ସାବଧାନତାର ସହିତ ଯାଆନ୍ତୁ ।
ଧନୁ: ବ୍ୟବସାୟରେ ଲାଭ ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବାରୁ ଅଧିକ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ଭଲ କାମ କଲେ ମଧ୍ୟ ସମ୍ମାନ ମିଳିବ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟହେବ କିନ୍ତୁ ଅର୍ଥ ପାଇଁ ଚିନ୍ତାରେ ରହିବେ ।
ମକର: ଯାନବାହାନ ଚଲାଇବା ବେଳେ ସାବଧାନତାର ସହିତ ଯାଆନ୍ତୁ । ନଚେତ ଅସୁବିଧାରେ ପଡିପାରନ୍ତି । ନିର୍ମାଣଧୀନ କାର୍ଯ୍ୟ ଅଧାରେ ଅଟକିବାରୁ ମନ ଭଲ ରହିବ ନାହିଁ । ନୂତନ ଅନୁଷ୍ଠାନ ଗଢିବା ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି ।
କୁମ୍ଭ: ବାକିପଡ଼ିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ସୁସ୍ୱାଦୁ ଭୋଜନ କରିବେ । ବହୁଦିନରୁ ଅଟକିଥିବା କାର୍ଯ୍ୟରେ ସଫଳତା ପାଇବେ । ଭୂମି ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ । ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବା ସହିତ ପୂଜାପୁଜିରେ ସମୟ ଅତିବାହିତ କରିବେ ।
ମୀନ : କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଓ ଗୃହରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଚାକିରିର ସୁଯୋଗ ମିଳିବାରୁ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।