୩୦ଅକ୍ଟୋବର,ଶନିବାର: କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେବେ

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଗୁରୁଜନଙ୍କ ଠାରୁ ନୂଆ ଦିଗଦର୍ଶନ ପାଇବେ। ବୃଷ: ସହକର୍ମୀଙ୍କ ସାହାଯ୍ୟ ମିଳିବ। ନିଜ ବୃତ୍ତିଗତ କାର୍ଯ୍ୟରେ ପ୍ରଶଂସିତ ହେବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ବଢ଼ାଇବା ପାଇଁ ପ୍ରୟାସ କରିବେ। ମିଥୁନ: କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ଗାଡ଼ିରେ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। କର୍କଟ: ଦୀର୍ଘ ଦିନରୁ ହୋଇପାରୁ ନଥିବା କାର୍ଯ୍ୟଟି ଆଜି ସଂପନ୍ନ […]

RASI

Tapaswini Nayak
  • Published: Saturday, 30 October 2021
  • , Updated: 30 October 2021, 07:48 AM IST

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଗୁରୁଜନଙ୍କ ଠାରୁ ନୂଆ ଦିଗଦର୍ଶନ ପାଇବେ।

ବୃଷ: ସହକର୍ମୀଙ୍କ ସାହାଯ୍ୟ ମିଳିବ। ନିଜ ବୃତ୍ତିଗତ କାର୍ଯ୍ୟରେ ପ୍ରଶଂସିତ ହେବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ବଢ଼ାଇବା ପାଇଁ ପ୍ରୟାସ କରିବେ।

ମିଥୁନ: କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ଗାଡ଼ିରେ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ: ଦୀର୍ଘ ଦିନରୁ ହୋଇପାରୁ ନଥିବା କାର୍ଯ୍ୟଟି ଆଜି ସଂପନ୍ନ ହୋଇଯାଇପାରେ। ପରିବାର ଲୋକଙ୍କ ସହଯୋଗ ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ଲାଗି ରହିଥିବା ବାଦବିବାଦର ସମାଧାନ ହୋଇପାରେ।

ସିଂହ: ଶତ୍ରୁବାଧା ଦୂରେଇ ଯିବ। ଆୟବୃଦ୍ଧି ହେବ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ।

କନ୍ୟା: କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ନୂତନପନ୍ଥା ଅନୁସରଣ କରି ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ତୁଳା: ଧନପ୍ରାପ୍ତି ସମ୍ଭାବନା ଅଛି। ପୁରାତନ ରୋଗରୁ ଉପଶମ ମିଳିପାରେ। ସମ୍ପତ୍ତି କ୍ରୟ ବିକ୍ରୟ କରିପାରିବେ।

ବିଚ୍ଛା: କର୍ମକ୍ଷେତ୍ରରେ ଅପ୍ରୀତିକର ସ୍ଥିତି ଦେଖାଯାଇପାରେ। ତେବେ କୌଶଳ କରି ତା’ର ସମାଧାନ କରିପାରିବେ। ବ୍ୟବସାୟରେ ସଂଘର୍ଷ କରିବାକୁ ପଡ଼ିପାରେ।

ଧନୁ: ଉତ୍ତମ ରୋଜଗାର ଯୋଗୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କୌଣସି କଥାରେ ଅଯଥାରେ ମୁଣ୍ଡ ଭର୍ତ୍ତି କରନ୍ତୁ ନାହିଁ।

ମକର: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବଢ଼ିବ। ଶୁଭ ଫଳ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ ପରିବାରରେ ଶାନ୍ତି ବିରାଜମାନ କରିବ।

କୁମ୍ଭ: କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପୂର୍ବ ଯୋଜନାରେ ସଫଳତା ଲାଭ କରିବେ। ଆଜି ଆମିଷ ସେବନ କରନ୍ତୁ ନାହିଁ।

ମୀନ: ଘରେ କୌଣସି ସମସ୍ୟା ଥିଲେ, ଆଜି ତାହା ଦୂର ହୋଇଯାଇପାରେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ଯାତ୍ରା କରନ୍ତୁ ନାହିଁ।

 

Related story