/odisha-reporter/media/post_attachments/uploads/2021/08/RASI.jpg)
RASI
ମେଷ: ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିବେ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ପରିବାରରେ ମନାନ୍ତର ମତାନ୍ତର ହେବା ଯୋଗୁଁ ମାନସିକ ଅଶାନ୍ତି ଭୋଗ କରିବେ ।
ବୃଷ:କର୍ମକ୍ଷେତ୍ରରେ ସାମାନ୍ୟ ବିବାଦ ଉପୁଜିପାରେ। ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ, ସତର୍କ ରୁହନ୍ତୁ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ।
ମିଥୁନ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭବାନ ହେବେ । ସୁସ୍ୱାଦୁ ଭୋଜନ ସହ ବନ୍ଧୁମିଳନ ହୋଇପାରେ । ମାନସିକ ଚିନ୍ତାଗ୍ରସ୍ତ ରହିବେ ।
କର୍କଟ: ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ଲାଭ ହେବ । ଗୁପ୍ତ ଶତ୍ରୁମାନେ ଆପଣଙ୍କୁ ହଇରାଣରେ ପକାଇ ପାରନ୍ତି, ସତର୍କ ରୁହନ୍ତୁ।
ସିଂହ:ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିବେ । ସାମାନ୍ୟ ବାଦବିବାଦ ଉପୁଜିପାରେ । ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ, ଆଘାତ ଲାଗିପାରେ ।
କନ୍ୟା:ଇଚ୍ଛିତ ଅଭିଳାଷ ପୂରଣ ହେବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ନୂତନ ଯାନବାହନ କ୍ରୟ ପାଇଁ ଯୋଜନା କରିବେ ଏବଂ କ୍ରୟ ମଧ୍ୟ କରିବେ ।
ତୁଳା: ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ହେବ । ବନ୍ଧୁଙ୍କ ସାହାଯ୍ୟ ପାଇ ଖୁସି ହେବେ ।
ବିଛା:କାର୍ଯ୍ୟ ବ୍ୟସ୍ତ ରହିବା ସହିତ ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ପରିବାରରେ ପାରିବାରିକ ସହଯୋଗ ପାଇବେ । ପିଲାମାନଙ୍କ କାର୍ଯ୍ୟକଳାପକୁ ନେଇ ସାମାନ୍ୟ ଚିନ୍ତାଗ୍ରସ୍ତ ରହିବେ ।
ଧନୁ: ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ । ବାଦବିବାଦରେ ପଡିପାରନ୍ତି, ଏଣୁ ସତର୍କ ରହିବେ । ସନ୍ତାନଙ୍କ ପାଇଁ ଚିନ୍ତା କରିବେ ।
ମକର: ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ଆସିବ । ନୂତନ ଯାନବାହନ କ୍ରୟ କରିପାରନ୍ତି । ପରିବାରରେ ଶାନ୍ତି ପାଇବେ ।
କୁମ୍ଭ:ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ । ଚାକିରୀ କ୍ଷେତ୍ରରେ ଉଚ୍ଚପଦସ୍ତ ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ ।
ମୀନ:ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଅଟକି ରହିଥିବା କାର୍ଯ୍ୟ ପୁନର୍ବାର ଆରମ୍ଭ ହେବ । ଅର୍ଥ ଆଗମନର ସୁଯୋଗ ମଧ୍ୟ ଆସିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
