୩୧ ଅଗଷ୍ଟ, ଗୁରୁବାର: ପରିବାରରେ ଥିବା ଅଶାନ୍ତି ଦୂର ହୋଇଯିବ

ପାରିବାରିକ ଜୀବନରେ ମତାନ୍ତର ହେତୁ ସାମାନ୍ୟ ଚିନ୍ତିତ ରହିବେ॥ ବକେୟା ଅର୍ଥ ବିଳମ୍ବ ହେଲେ ମଧ୍ୟ ହସ୍ତଗତ ହେବ । କର୍ମକ୍ଷେତ୍ରରେ ସହଯୋଗ ମିଳିବ ।

Representational Image

  • Published: Thursday, 31 August 2023
  • , Updated: 31 August 2023, 07:40 AM IST

ମେଷ: ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ, ଗୃହୋପକରଣ କ୍ରୟ କରିବେ।

ବୃଷ: ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଅଶାନ୍ତି ଅସନ୍ତୋଷ ଦୂର ହୋଇଯିବ। କର୍ମ କ୍ଷେତ୍ରରେ ଯଶ ମାନ ସମ୍ମାନ ପ୍ରତିଷ୍ଠା ମିଳିବ, ବ୍ୟବସାୟ ବାଣିଜ୍ୟରେ ଅଚାନକ ଧନପ୍ରାପ୍ତି ହେବ । ଛାତ୍ରଛାତ୍ରୀ ପାଠପଢାରେ ସଫଳତା ହାସଲ କରିବେ।

ମିଥୁନ: ସ୍ୱାସ୍ଥ୍ୟ ଠିକ୍ ରହିବ । ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି। ଜମି, ଜାଗା, ବାସଗୃହ ଓ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ସଫଳତା ଓ ଆଶାନୁରୂପ ଲାଭ ମିଳିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ।

କର୍କଟ: ପାରିବାରିକ ଓ ଗୃହସ୍ଥ ଜୀବନ ସୁଖମୟ ହେବ । ନିଜର ଲୋକ କେହି ଜଣେ ଶତୃତା କରିପାରେ । ଋତୁକାଳୀନ ଥଣ୍ଡା ସର୍ଦ୍ଦି ଜନିତ ଜ୍ୱର ପୀଡାର ଆଶଙ୍କା ଏଡାଇ ଦିଆଯାଇନପାରେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ଅର୍ଥଲାଭ ହେବ ।

ସିଂହ:ପାରିବାରିକ ଜୀବନରେ ମତାନ୍ତର ହେତୁ ସାମାନ୍ୟ ଚିନ୍ତିତ ରହିବେ॥ ବକେୟା ଅର୍ଥ ବିଳମ୍ବ ହେଲେ ମଧ୍ୟ ହସ୍ତଗତ ହେବ । କର୍ମକ୍ଷେତ୍ରରେ ସହଯୋଗ ମିଳିବ । ବ୍ୟବସାୟରେ ଲାଭ ହେବ । ଛାତ୍ରଛାତ୍ରୀ ପାଠପଢାରେ ଆଶାନୁରୂପ ସଫଳତା ପାଇବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପରିବାରରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ୟା ଦେଖାଦେଇପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତା ମନକୁ ଆକ୍ରାନ୍ତ କରିବ। 

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗୁ ଅନ୍ୟମନସ୍କ ରହିପାରନ୍ତି । ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁ ମିଳନରେ ମନ ପ୍ରଫୁଲ୍ଲ ରହିବ ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ।

କୁମ୍ଭ :  ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ । ବହୁ ଦିନର ସ୍ୱପ୍ନ ସାକାର ହେବ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ, କର୍ମକ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବେ । ବ୍ୟବସାୟରେ ପୂର୍ବାପେକ୍ଷା ଆୟ ବୃଦ୍ଧି ହେବ । ଛାତ୍ରଛାତ୍ରୀ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।

ମୀନ: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ୱ ଦେଇ ପ୍ରଶଂସିତ ହେବେ । ଆକସ୍ମିକ ଅର୍ଥଲାଭ ହେବ। ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଦିଗରେ ମନ ବଳାଇବେ। ସଭାସମିତି, ସାହିତ୍ୟ ଆଲୋଚନାରେ ସମ୍ମାନିତ ହୋଇପାରନ୍ତି, ରାଜନୀତି କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ।

Related story