୩ ଫେବୃଆରୀ, ଶୁକ୍ରବାର: ଖଳଲୋକଙ୍କ କାନ କୁହା କଥା ବାଧା ଉପୁଜାଇବ

ବନ୍ଧୁମାନଙ୍କ କଥାବାର୍ତ୍ତା ଆପଣଙ୍କ ସମସ୍ୟାକୁ ବଢାଇପାରେ । ବିଳମ୍ବରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।

Representational Image

  • Published: Friday, 03 February 2023
  • , Updated: 03 February 2023, 07:26 AM IST

ମେଷ: ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି। ବନ୍ଧୁମାନଙ୍କ କଥାବାର୍ତ୍ତା ଆପଣଙ୍କ ସମସ୍ୟାକୁ ବଢାଇପାରେ । ବିଳମ୍ବରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ର୍ନିଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

ବୃଷ: ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ଆଶା ପୂରଣ କରିବେ । ମହିଳାମାନେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ । ନିର୍ମାଣାଧୀନ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।

ମିଥୁନ: ସ୍ଥଗିତ ରହିଯାଇଥିବା କେତେକ ପୁରୁଣା ବାକିଆ କାମ ଶେଷ କରିବାକୁ ସକ୍ଷମ ହେବେ। ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଜମିଜମା ସମ୍ପର୍କିତ ବିବାଦର ଆଶୁ ସମାଧାନ ହୋଇଯିବ। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରାଦିରେ କାର୍ଯ୍ୟ କରୁଥିଲେ ପୂର୍ବ ସମସ୍ୟାର ସମାଧାନ ହୋଇଯିବ ।

କର୍କଟ: ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାଗ୍ରସ୍ତ ହୋଇପଡିବେ। ମତପାର୍ଥକ୍ୟ ଜନିତ ବାକ୍ ବିତଣ୍ଡା ସୃଷ୍ଟି ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ପରାମର୍ଶରେ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ନିଜ ସାଧନାରେ ସଫଳତା ପାଇବେ।

ସିଂହ: କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭ କରି କାର୍ଯ୍ୟ ସାଧନ କରିବେ। ପାରିବାରିକ ଜୀବନରେ ଖଳଲୋକଙ୍କ କାନକୁହା କଥା ବାଧା ଉପୁଜାଇବ। ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ର୍ନିଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ ।

କନ୍ୟା: କାର୍ଯ୍ୟ ହାସଲ ସହ ଆର୍ଥିକ ଉନ୍ନତି ଦେଖାଦେବ । ମହିଳାମାନେ ପ୍ରଶଂସନୀୟ ହେବେ ପାରିବାରିକ କ୍ଷେତ୍ରର କୌଣସି କଥା ମନକୁ ବାରମ୍ବାର ଆଲୋଡିତ କରିପାରେ। ଅର୍ଥ ସମ୍ପର୍କକୁ ନେଇ ପରିବାରରେ ଭାତୃ ବିବାଦ ଦେଖାଦେଇପାରେ ।

ତୁଳା: ପୂର୍ବ ସମସ୍ୟାର ସମାଧାନ ହୋଇଯିବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଯାହାକି ସାମୟିକ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ ।

ବିଛା: କାର୍ଯ୍ୟ ସିଦ୍ଧି ସହ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ, ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ । ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । କୋର୍ଟ କଚେରି ମାମଲାର ଶୁଣାଣି ବିଳମ୍ବରେ ହେବ ।

ଧନୁ: କର୍ମକ୍ଷେତ୍ରରେ ପ୍ରଶଂସନୀୟ ହେବେ । ସମସ୍ତ କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ ପାଇବେ। ପରୋକ୍ଷ ଶତ୍ରୁତା କାରଣରୁ ମନ ଭାରାକ୍ରାନ୍ତ ରହିବ । କିନ୍ତୁ କ୍ରୀଡା, କଳା, ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିପାରେ।

ମକର: ଜଗିରଖି ଚଳନ୍ତୁ । କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ, ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ। ଅଂଶୀଦାର ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ ।

କୁମ୍ଭ: ଆଜି ଆପଣଙ୍କର ଦିନ ଖୁବ୍ ଭଲରେ କଟିବ । ବକେୟା ପ୍ରାପ୍ୟ ମିଳିବା ଫଳରେ ମନ ପ୍ରଫୁଲ୍ଲିତ ରହିବ । ବିବାଦରେ ନୂଆ ମୋଡ଼ ଦେଖାଦେବ । ପୂର୍ବର ସମସ୍ୟାର ସମାଧାନ ହୋଇଯିବ ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନ ନେଇ ସମ୍ମାନ ପ୍ରାପ୍ତି ହେବେ, ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି ।

ମୀନ: ଆପଣଙ୍କ ଦୃଢ଼ ମନୋବଳ ଯୋଗୁ ପ୍ରତ୍ୟେକଟି କ୍ଷେତ୍ରରେ ବିଜୟ ଲାଭ କରିବେ। ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯତ୍ନ କଲେ ଉପକୃତ ହେବେ । ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ମାନସିକ ସ୍ତରରେ କ୍ରୋଧାନ୍ୱିତ ହୋଇପାରନ୍ତି ।

Related story