୩ ଜାନୁଆରୀ, ବୁଧବାର: ବହୁଦିନର ବକେୟା ଅର୍ଥ ହସ୍ତଗତ ହେବ

କର୍ମୋନ୍ନତି ସହ ସମ୍ମାନ ପ୍ରାପ୍ତିର ଯାଗ ରହିଛି । ଦେହ ମନ ସୁସ୍ଥ ରହିବ ଓ ସୁସ୍ୱାଦୁ ଭୋଜନ ମିଳିବ।

Representational Image

  • Published: Wednesday, 03 January 2024
  • , Updated: 03 January 2024, 07:49 AM IST

ମେଷ: କର୍ମକ୍ଷେତ୍ର ଆଶାନୁରୂପ ସଫଳତା ମିଳିବ । ବହୁଦିନର ବକେୟା ଅର୍ଥ ହସ୍ତଗତ ହେବ। ପାରିବାରିକ କ୍ଷେତ୍ରରେ ମନାନ୍ତର ମତାନ୍ତର ଦୂର ହୋଇଯିବ । କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବା ସହ ଦ୍ରବ୍ୟହାନୀ ହୋଇପାରେ ।

ବୃଷ: କର୍ମୋନ୍ନତି ସହ ସମ୍ମାନ ପ୍ରାପ୍ତିର ଯାଗ ରହିଛି । ଦେହ ମନ ସୁସ୍ଥ ରହିବ ଓ ସୁସ୍ୱାଦୁ ଭୋଜନ ମିଳିବ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ, ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ରଶଂସନୀୟ ହେବେ।

ମିଥୁନ: ଅଚାନକ ଅର୍ଥ ହାତକୁ ଆସିବାରୁ ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ଲାଭ ମିଳିବ ଏବଂ ନୂଆବନ୍ଧୁଙ୍କ ସହିତ ମିଳନ ହେବ ।

କର୍କଟ: ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ ନଚେତ୍ ଅସୁବିଧାରେ ପଡିପାରନ୍ତି । ପରିବାରରେ ଛୋଟ କଥାକୁ ନେଇ ଅସନ୍ତୋଷ ଦେଖାଯିବାରୁ ମନ ଭଲ ରହିବ ନାହିଁ ।ବ୍ୟବସାୟରେ ଅଶାନୁସାରେ ଲାଭ ପାଇବେ ନାହିଁ କିନ୍ତୁ ବନ୍ଧୁ ସାହାଯ୍ୟ କରିବେ।

ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି।  କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପରିବାରରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ୟା ଦେଖାଦେଇପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତା ମନକୁ ଆକ୍ରାନ୍ତ କରିବ। 

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ । ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ହୋଇପାରେ । ସନ୍ଧ୍ୟାବେଳେ ଦେବ ଦର୍ଶନ କରିବାର ସୁଯୋଗ ମିଳିବ । ବ୍ୟବସାୟ, ବାଣିଜ୍ୟରେ ଲାଭବାନ ହେବେ, କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ମୀନ: ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ପାଇ ଆନନ୍ଦିତ ରହିବେ। ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ । ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ ।କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ।

Related story