୩ ନଭେମ୍ବର, ଗୁରୁବାର: ଆକସ୍ମିକ ଧନଲାଭ ହେବ

ମେଷ:  କମ୍‌ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର ହେବ। କୋର୍ଟ-କଚେରୀର ବିଚାରଧୀନ ମାଲି ମୋକଦମାରେ ଜୟଯୁକ୍ତ ହେବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ  । ଆକସ୍ମିକ ଧନଲାଭ ହେବ । ବୃଷ: ସରକାରୀ କାମରେ ସଫଳତା ମିଳିବା ସହ ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ । ନିଜର ଯୋଗ୍ୟତା, ଦକ୍ଷତା ଓ କ୍ଷମତାର ସଦୁପଯୋଗ କରିବା ଫଳରେ ବହୁତ ଲାଭ ମିଳିବ । ଶତ୍ରୁ ଓ ବିରୋଧୀମାନେ କୌଣସି କ୍ଷତି କରିପାରିବେ ନାହିଁ। […]

RASI

RASI

Niharika Rout
  • Published: Thursday, 03 November 2022
  • Updated: 03 November 2022, 07:43 AM IST

Sports

Latest News

ମେଷ:  କମ୍‌ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର ହେବ। କୋର୍ଟ-କଚେରୀର ବିଚାରଧୀନ ମାଲି ମୋକଦମାରେ ଜୟଯୁକ୍ତ ହେବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ  । ଆକସ୍ମିକ ଧନଲାଭ ହେବ ।

ବୃଷ: ସରକାରୀ କାମରେ ସଫଳତା ମିଳିବା ସହ ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ । ନିଜର ଯୋଗ୍ୟତା, ଦକ୍ଷତା ଓ କ୍ଷମତାର ସଦୁପଯୋଗ କରିବା ଫଳରେ ବହୁତ ଲାଭ ମିଳିବ । ଶତ୍ରୁ ଓ ବିରୋଧୀମାନେ କୌଣସି କ୍ଷତି କରିପାରିବେ ନାହିଁ।

ମିଥୁନ: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ ।
କର୍କଟ: ଶୁଭ ସମାଚାର ମିଳିବା ଫଳରେ ମାନସିକ ଶାନ୍ତି ପାଇବେ । କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗ ପ୍ରତି ଆଗ୍ରହୀ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିପାରନ୍ତି ।

ସିଂହ: ସରକାରୀ ସାହାଯ୍ୟ ମିଳିବା ଫଳରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ସହ ର୍ଧୈଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ।

କନ୍ୟା: କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

ତୁଳା:  ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହେବେ। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଯେକୌଣସି ମତେ  ଅର୍ଥ ରୋଜଗାର ହେବ। କର୍ମକ୍ଷେତ୍ରରେ କିଛି ଛୋଟ ଘଟଣାକୁ ନେଇ ଅପଦସ୍ତ ହେଇପାରନ୍ତି।

ଧନୁ: କର୍ମକ୍ଷେତ୍ରରେ କିଛି ଛୋଟ ଘଟଣାକୁ ନେଇ ଅପଦସ୍ତ ହେଇପାରନ୍ତି। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବାସହିତ ଦୂରସ୍ଥାନକୁ  ଭ୍ରମଣ ଯୋଗ ରହିଛି  । ଅଚାନକ ମାନସମ୍ମାନ ପ୍ରାପ୍ତି ହେବ।

ମକର: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ନିର୍ବାହ କରିବେ କିନ୍ତୁ ଦୂରସ୍ଥାନକୁ ସତର୍କତାର ସହିତ ଯାଆନ୍ତୁ।  ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାରୁ ଘର ପାଇଁ ନୂଆ ଦ୍ରବ୍ୟ କ୍ରୟ କରିବେ।

କୁମ୍ଭ :  କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ ଓ ଶତ୍ରୁ ଅସୁବିଧାରେ ପକାଇ ପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ଘରେ ପାରିବାରିକ ସମସ୍ୟା ବୃଦ୍ଧି ହେବ । ପୁରୁଣା କଥାକୁ ମନେ ପକାଇ ମନ ଦୁଃଖ କରିବେ।

ମୀନ:  କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।  ବ୍ୟବସାୟୀମାନଙ୍କର ବ୍ୟୟ ଭାର ବଢ଼ିବାରୁ ମନ ଅଶାନ୍ତ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos