୪ ଅଗଷ୍ଟ, ଗୁରୁବାର: ଦାମ୍ପତ୍ୟ ଜୀବନରେ ମନାନ୍ତର ଦେଖାଦେଇପାରେ

ମେଷ: ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ। ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ । କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ।

ବୃଷ:  ଆଜି ଆପଣ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇବେ । ମାଲିମୋକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ  ।

ମିଥୁନ: ଅନ୍ୟର ସାହାଯ୍ୟ ପାଇ ବାକି ଥିବା କାମ ସମ୍ପୂର୍ଣ୍ଣ କରିବେ।  ବକେୟା ଅର୍ଥ ଲାଭ କରିବେ, ଶିଳ୍ପ, ଶିକ୍ଷା ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ । ଆଲୋଚନା କ୍ଷେତ୍ରରେ କିମ୍ବା ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ।

କର୍କଟ: ଆଜି ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ।  ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବେ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।

ସିଂହ: ଆଜି ଅଟକି ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ଅପରାହ୍ନରେ କୌଣସି ଶୁଭଖବର ପାଇ ଖୁସି ହେବେ, ପରିବାରରେ ଭାତୃ ସମ୍ପର୍କ ସୁଦୃଢ ହେବ । ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ ।

କନ୍ୟା: ଆଜି କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ଜୀବନସାଥୀର ସାହାଯ୍ୟ ସହଯୋଗ ପାଇ ମନୋବଳ ସୁଦୃଢ ହେବ । ଆଇନ ଅଦାଲତରେ ମାମଲାର ବିଚାର ଆପଣଙ୍କ ସପକ୍ଷରେ ଆସିବ ।

ତୁଳା: ଆଜି ମାନସିକ ଚିନ୍ତା ସହ ଶାରୀରିକ ଅସୁସ୍ଥତା ଯୋଗୁଁ ମନ ଭାରାକ୍ରାନ୍ତ ହେବ । କୌଣସି ମାଙ୍ଗଳିକ ବିଷୟରେ ଆଲୋଚନା କରି ଶେଷ ପର୍ଯ୍ୟାୟରେ ପହଞ୍ଚିବେ। ବ୍ୟବସାୟ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

ବିଛା: ଆଜି ବହୁଦିନର ଆଶା ଅଭିଳାଷ ପୁରଣ ହେବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ମହିଳାମାନେ ଆମୋଦ ପ୍ରମୋଦରେ ଦିନଟି କାଟିବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

ଧନୁ: ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ ।  ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କେହି ଜଣେ ସହୃଦୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବେ ।  ବିଦ୍ୟାର୍ଥୀମାନେ ପଢାପଢ଼ାରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।

ମକର: ଆଜି ଆପଣ ଭଲ କଥା କହିଲେ ମଧ୍ୟ ପରିବାର ସଦସ୍ୟ ତାହାକୁ ଭୁଲ୍ ବିଚାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି କାମ କରିବା ଓ କହିବା ଭଲ ହେବ। ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ  ।

କୁମ୍ଭ :  ଆଜି ଆପଣାକୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ ରହିବ । ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଶୁଭପ୍ରଦ ହେବ । ଆନୁଷ୍ଠାନିକ କାମ, ସଭାସମିତି ଓ ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ପ୍ରଶଂସିତ ହେବେ ।

ମୀନ : ଦୀର୍ଘଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ କରିବେ। ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇପାରେ । ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ । ପିଲାମାନଙ୍କୁ  କେନ୍ଦ୍ରକରି ହଠାତ୍  କୌଣସି ଘଟଣା ମନକୁ ବିବ୍ରତ କରିପାରେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।