୪ ଡିସେମ୍ବର,ଶନିବାର: ମନ ଭାରାକ୍ରାନ୍ତ ରହିବ

ମେଷ: ପ୍ରତିବନ୍ଧକ କାରଣରୁ ର୍ନିମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ ନେଇ ମନ ଭାରାକ୍ରାନ୍ତ ରହିବ। ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି। ବୃଷ: ପରିବାରରେ ଅପ୍ରିୟ ସତକଥା କହି ଦୋଷୀ ହେବାର ସମ୍ଭାବନା ରହିଛି। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ମୁକାବିଲା କରି  ବିଜୟୀ ହେବେ।  ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାଲିମକଦ୍ଦମା ଓ ବିବାଦ ସମାଧାନ ହୋଇଯିବ। ନ୍ୟାୟ ଆପଣଙ୍କ […]

RASI

Tapaswini Nayak
  • Published: Saturday, 04 December 2021
  • , Updated: 04 December 2021, 08:02 AM IST

ମେଷ: ପ୍ରତିବନ୍ଧକ କାରଣରୁ ର୍ନିମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ ନେଇ ମନ ଭାରାକ୍ରାନ୍ତ ରହିବ। ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି।

ବୃଷ: ପରିବାରରେ ଅପ୍ରିୟ ସତକଥା କହି ଦୋଷୀ ହେବାର ସମ୍ଭାବନା ରହିଛି। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ମୁକାବିଲା କରି  ବିଜୟୀ ହେବେ।  ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାଲିମକଦ୍ଦମା ଓ ବିବାଦ ସମାଧାନ ହୋଇଯିବ। ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ।

ମିଥୁନ: ଆଜି ଶାରୀରିକ ପୀଡ଼ା ଅନୁଭବ ହୋଇପାରେ। ପାରିବାରିକ କ୍ଷେତ୍ରରେ ସାମାନ୍ୟ କଥାକୁ ନେଇ ମନାନ୍ତର ମତାନ୍ତର ଦେଖାଦେଇପାରେ।

କର୍କଟ: ପିତା ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ଅସ୍ଥିରତା ଦେଖାଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।  କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା ଦୂର ହୋଇଯିବ। ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ସିଂହ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ସହ ସାକ୍ଷାତ ହେବ। କୈାଣସି ଶୁଭ ଖବର ଶୁଣିପାରନ୍ତି।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ଖର୍ଚ୍ଚାଧିକ କାରଣରୁ ମନସ୍ତାପ ହୋଇପାରେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ।

ତୁଳା: ଖର୍ଚ୍ଚାନ୍ତ ପଡ଼ି ପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।

ବିଛା: ଆଜି କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ସାହାଯ୍ୟ ସହଯୋଗର ପାଇ ମନ ପ୍ରଫୁଲ୍ଲିତ ରହିବ।  ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିବ।

ଧନୁ: ଆଜି  ଯଗିରଖି ଚଳନ୍ତୁ। ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ମକର: ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଉଚିତ। ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।  ଶରୀର ସୁସ୍ଥ ରହିବ। ସୁସ୍ୱାଦୁ ଭୋଜନ ମିଳିବ।

କୁମ୍ଭ: ଆଜି କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବହୁ ଦିନର ଆଶା ଅଭିଳାଷ ପୂରଣ ହେବ।

ମୀନ: ଆଜି ଆଶା ଆଶଙ୍କା ଦେଇ ଗତି କରିବେ। ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ। ଅତୀତ କଥାକୁ ନେଇ ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ।

 

Related story