ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି । ବନ୍ଧୁମାନଙ୍କ କଥାବାର୍ତ୍ତା ଆପଣଙ୍କ ସମସ୍ୟା ବଢାଇ ଦେଇପାରେ । ନିର୍ଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା କାରଣରୁ ଅନ୍ୟ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ବିଳମ୍ବରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।
ବୃଷ: ଆଜି ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରି ଆଶା ପୂରଣ କରିବେ । ନିର୍ମାଣାଧୀନ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆପଣ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ମହିଳାମାନେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ ।
ମିଥୁନ: ଆଜି ସ୍ଥଗିତ ରହିଯାଇଥିବା କେତେକ ପୁରୁଣା ବାକିଆ କାମ ଶେଷ କରିବାକୁ ସକ୍ଷମ ହେବେ । ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଜମିଜମା ସମ୍ପର୍କିତ ବିବାଦର ଆଶୁ ସମାଧାନ ହୋଇଯିବ । କଳା,ସାହିତ୍ୟ, କ୍ରୀଡା, ଚଳଚିତ୍ରରେ କାମ କରୁଥିଲେ ପୂର୍ବ ସମସ୍ୟାର ସମାଧାନ ହୋଇଯିବ।
କର୍କଟ: ଆଜି ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାର କାରଣ ପାଲଟିବେ । ମତପାର୍ଥକ୍ୟ ଜନିତ ବାକ୍ ବିତଣ୍ଡା ସୃଷ୍ଟି ହେବାର ସମ୍ଭାବନା ରହିଛି। ବନ୍ଧୁଙ୍କ ପରାମର୍ଶରେ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ନିଜ ସାଧନାରେ ସଫଳତା ପାଇବେ ।
ସିଂହ: ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭ କରି କାର୍ଯ୍ୟ ସାଧନ କରିବେ । ପାରିବାରିକ ଜୀବନରେ ଖଳଲୋକଙ୍କ କାନକୁହା କଥା ସୁଖ ସନ୍ତୋଷରେ ବାଧା ଉପୁଜାଇବ । ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ ।
କନ୍ୟା: ଆଜି କାର୍ଯ୍ୟ ହାସଲ ସହ ଆର୍ଥିକ ଉନ୍ନତି ଦେଖାଦେବ। ପାରିବାରିକ କ୍ଷେତ୍ରର କୌଣସି କଥା ମନକୁ ବାରମ୍ବାର ଆଲୋଡିତ କରିପାରେ। ଅର୍ଥ ସମ୍ପର୍କକୁ ନେଇ ପରିବାରରେ ଭାତୃବିବାଦ ଦେଖାଦେଇ ପାରେ । ବିଦ୍ୟାର୍ଥୀମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।
ତୁଳା: ଆଜି ପୂର୍ବ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହୋଇ ସେଥିରେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଯାହାକି ସାମୟିକ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ ।
ବିଛା: ଆଜି କାର୍ଯ୍ୟ ସିଦ୍ଧି ସହ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ କାମ ସ୍ଥଗିତ ରହିପାରେ । ଉପରିସ୍ଥ ଅଧିକାରୀଙ୍କ ସହ ମତାନ୍ତର ହେବ ।
ଧନୁ: ଆଜି କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସନୀୟ ହେବେ । ପରୋକ୍ଷ ଶତ୍ରୁତା କାରଣରୁ ଅପରାହ୍ନରେ ମନ ଭାରାକ୍ରାନ୍ତ ରହିବ । କୋର୍ଟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ । ସମସ୍ତ କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ ପାଇବେ ।
ମକର: ଆଜି ଜଗିରଖି ଚଳନ୍ତୁ । କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଅଂଶୀଦାର ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ । ବିଦ୍ୟାର୍ଥୀମାନେ ସଫଳତା ପାଇବେ ।
କୁମ୍ଭ: ଆଜି ଆପଣଙ୍କର ଦିନ ଖୁବ୍ ଭଲରେ କଟିବ। ବକେୟା ପ୍ରାପ୍ୟ ମିଳିବ । ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିବ । ବିବାଦରେ ନୂଆ ମୋଡ଼ ଦେଖାଦେବ । ପୂର୍ବର ସମସ୍ୟା ସମାଧାନ ହୋଇଯିବ। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନ ନେବା ସହ ସମ୍ମାନ ପ୍ରାପ୍ତି ହେବେ। ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି ।
ମୀନ: ଆଜି ଆପଣଙ୍କ ଦୃଢ଼ ମନୋବଳ ଯୋଗୁ ପ୍ରତ୍ୟେକଟି କ୍ଷେତ୍ରରେ ବିଜୟ ଲାଭ କରିବେ । ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯତ୍ନ କଲେ ଉପକୃତ ହେବେ । କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ ।