ମେଷ: ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି । ବନ୍ଧୁଙ୍କ କଥାବାର୍ତ୍ତା ଆପଣଙ୍କ ସମସ୍ୟାକୁ ବଢାଇ ଦେଇପାରେ। ବିଳମ୍ବରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ନିର୍ଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ବୃଷ: ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରିବେ। ନିର୍ମାଣାଧୀନ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ମହିଳାମାନେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ। ଆଲୋଚନା ପରିସରରେ ଆପଣ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।
ମିଥୁନ: ସ୍ଥଗିତ ରହିଯାଇଥିବା କେତେକ ପୁରୁଣା ବାକିଆ କାମ ଶେଷ କରିବାକୁ ସକ୍ଷମ ହେବେ। ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଜମିଜମା ସମ୍ପର୍କିତ ବିବାଦର ଆଶୁ ସମାଧାନ ହୋଇଯିବ । କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ଆଦିରେ କାର୍ଯ୍ୟ କରୁଥିଲେ ପୂର୍ବ ସମସ୍ୟାର ସମାଧାନ ହୋଇଯିବ।
କର୍କଟ: ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାଗ୍ରସ୍ତ ହୋଇପଡିବେ । ବନ୍ଧୁଙ୍କ ସହ ବାକ୍ ବିତଣ୍ଡା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ପରାମର୍ଶରେ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ନିଜ ସାଧନାରେ ସଫଳତା ପାଇବେ।
ସିଂହ: କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭ କରି କାର୍ଯ୍ୟ ସାଧନ କରିବେ । ପରିବାରରେ ଖଳଲୋକଙ୍କ କାନକୁହା କଥା ବାଧା ଉପୁଜାଇବ ।
କନ୍ୟା: କାର୍ଯ୍ୟ ହାସଲ ସହ ଆର୍ଥିକ ଉନ୍ନତି ଦେଖାଦେବ। ମହିଳାମାନେ ପ୍ରଶଂସନୀୟା ହେବେ। ପରିବାରର କୌଣସି କଥା ମନକୁ ବାରମ୍ବାର ଆଲୋଡିତ କରିପାରେ । ଅର୍ଥ ସମ୍ପର୍କକୁ ନେଇ ଭାତୃ ବିବାଦ ଦେଖାଦେଇପାରେ।
ତୁଳା: ପୂର୍ବ ସମସ୍ୟାର ସମାଧାନ ହୋଇଯିବ ।ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହୋଇ ସେଥିରେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ଯାହାକି ସାମୟିକ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ।
ବିଛା: କାର୍ଯ୍ୟସିଦ୍ଧି ସହ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ, ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ଧନୁ: ସଭାସମିତିରେ ପ୍ରଶଂସନୀୟ ହେବେ । ସମସ୍ତ କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ ପାଇବେ। ପରୋକ୍ଷ ଶତ୍ରୁତା କାରଣରୁ ମନ ଭାରାକ୍ରାନ୍ତ ରହିବ । କୋର୍ଟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ ।
ମକର: ଜଗିରଖି ଚଳନ୍ତୁ, କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ, ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ । ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମାନ ମନାନ୍ତର ଦେଖାଦେଇପାରେ।
କୁମ୍ଭ: ଦିନ ଖୁବ୍ ଭଲରେ କଟିବ, ବକେୟା ପ୍ରାପ୍ୟ ମିଳିବ ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିବ । ବିବାଦରେ ନୂଆ ମୋଡ଼ ଦେଖାଦେବ, ପୂର୍ବର ସମସ୍ୟା ସମାଧାନ ହୋଇଯିବ । ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି।
ମୀନ: ଦୃଢ଼ ମନୋବଳ ଯୋଗୁ ପ୍ରତ୍ୟେକଟି କ୍ଷେତ୍ରରେ ବିଜୟ ଲାଭ କରିବେ । ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯତ୍ନ କଲେ ଉପକୃତ ହେବେ । ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ମାନସିକ ସ୍ତରରେ କ୍ରୋଧାନ୍ୱିତ ହୋଇପାରନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।