୪ ଜୁଲାଇ, ସୋମବାର: ଦିନଟି ହସଖୁସିରେ ଅତିବାହିତ କରିବେ

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ମହିଳାମାନେ ପରିବାରରେ ଆଦର ପାଇବେ। ବୃଷ: କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ। ସାଂସାରିକ ଜୀବନ ସୁଖମୟ ହେବ। ଶରୀର ସୁସ୍ଥ ରହିବ। ଚିନ୍ତା ଦୂର ହେବ। ମିଥୁନ: ସବୁ ଦିଗରୁ ସଫଳତା ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। ପରିବାରରେ ଶାନ୍ତି ବଜାୟ ରହିବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ। କର୍କଟ: ସନ୍ତାନମାନଙ୍କ ଉନ୍ନତିକୁ ନେଇ ଗର୍ବ […]

RASI

Tapaswini Nayak
  • Published: Monday, 04 July 2022
  • , Updated: 04 July 2022, 07:55 AM IST

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ମହିଳାମାନେ ପରିବାରରେ ଆଦର ପାଇବେ।

ବୃଷ: କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ। ସାଂସାରିକ ଜୀବନ ସୁଖମୟ ହେବ। ଶରୀର ସୁସ୍ଥ ରହିବ। ଚିନ୍ତା ଦୂର ହେବ।

ମିଥୁନ: ସବୁ ଦିଗରୁ ସଫଳତା ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। ପରିବାରରେ ଶାନ୍ତି ବଜାୟ ରହିବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ।

କର୍କଟ: ସନ୍ତାନମାନଙ୍କ ଉନ୍ନତିକୁ ନେଇ ଗର୍ବ ଅନୁଭବ କରିବେ। ନୂତନ ବସ୍ତ୍ର ଓ ଆଭୂଷଣ ଆଦି ପାଇପାରନ୍ତି। ଆର୍ଥିକ ଉନ୍ନତି ହେବ।

ସିଂହ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଧନ ସଞ୍ଚୟ କରିବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ସୁସ୍ୱାଦୁ ଭୋଜନ ମିଳିବ।

କନ୍ୟା: ମନ ଭାରାକ୍ରାନ୍ତ ରହିବ। ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ। ରାଜନୈତିକ କ୍ଷେତ୍ରରେ ଥିବା ଲୋକେ ଜନକଲ୍ୟାଣ କାର୍ଯ୍ୟରେ ବ୍ୟସ୍ତ ରହିବେ।

ତୁଳା: କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। ନହେଲେ କିଛି କ୍ଷତି ସହିବାକୁ ପଡ଼ିପାରେ। ବହୁଦିନରୁ ଲାଗିରହିଥିବା ବିବାଦର ସମାଧାନ ହୋଇପାରେ।
କୃଷିକ୍ଷେତ୍ରରେ ଉନ୍ନତି କରିବେ।

ବିଛା: ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ଅଭିବୃଦ୍ଧି ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ସାହିତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।

ଧନୁ: ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବ।

ମକର: ଅସୁସ୍ଥ ହୋଇପାରନ୍ତି। ମନ ଭଲ ରହି ନପାରେ। ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇପାରେ। ବ୍ୟବସାୟରେ କମ୍ ଲାଭ ହେବ।
ଆୟ ତୁଳନାରେ ବ୍ୟୟ ଅଧିକ ହେବ।

କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାରରେ ମହିଳାମାନଙ୍କ କଥାର ଗୁରୁତ୍ୱ ରହିବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନ ଦେବେ।

ମୀନ: ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହାୟତାରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ।

Related story