୪ ଅକ୍ଟୋବର, ଗୁରୁବାର: ଜାଣନ୍ତୁ କେଉଁମାନେ ଚାପଗ୍ରସ୍ତ ରହିବେ

ମେଷ: ଦିନଟି ଭଲରେ କଟିବ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ପରିବାରରେ ବାଦବିବାଦ ଲାଗି ରହିବ। ଘରୁ ବାହାରକୁ ଯିବା ବେଳେ କଦଳୀ ଖାଇ ବାହାରନ୍ତୁ। ବୃଷ: ମିଶ୍ର ଫଳ ମିଳିବ। ଆର୍ଥିକ ସ୍ଥତି ଭଲ ରହିବ। ଆଖପାଖର କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଥୁନ: ଦିନଟି ଭଲରେ କଟିବ। କାମର ବୋଝ କମିବ। ଘରେ ହସଖୁସିର ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି। କର୍କଟ: ବ୍ୟବସାୟରେ ଲାଭ ହେବ। ମହତ୍ୱପୂର୍ଣ୍ଣ କାମ […]

Rasi-Fala-2

Rakesh Mallick
  • Published: Thursday, 04 October 2018
  • , Updated: 04 October 2018, 07:31 AM IST

ମେଷ: ଦିନଟି ଭଲରେ କଟିବ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ପରିବାରରେ ବାଦବିବାଦ ଲାଗି ରହିବ। ଘରୁ ବାହାରକୁ ଯିବା ବେଳେ କଦଳୀ ଖାଇ ବାହାରନ୍ତୁ।

ବୃଷ: ମିଶ୍ର ଫଳ ମିଳିବ। ଆର୍ଥିକ ସ୍ଥତି ଭଲ ରହିବ। ଆଖପାଖର କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଦିନଟି ଭଲରେ କଟିବ। କାମର ବୋଝ କମିବ। ଘରେ ହସଖୁସିର ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି।

କର୍କଟ: ବ୍ୟବସାୟରେ ଲାଭ ହେବ। ମହତ୍ୱପୂର୍ଣ୍ଣ କାମ ସମ୍ପନ୍ନ ହୋଇଯିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

ସିଂହ: ଦିନଟି ଭଲ ନୁହେଁ, ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାମର ଚାପ ବଢ଼ିପାରେ। ତରବର ହୋଇ କୌଣସି କାମ କରନ୍ତୁ ନାହିଁ।

କନ୍ୟା: ଦିନଟି ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ବିବାହ ଯୋଗ୍ୟ ଯୁବତୀଯୁବକଙ୍କ ପାଇଁ ପ୍ରାର୍ଥୀ ଖୋଜା ପ୍ରକ୍ରିୟା ଆଗକୁ ବଢ଼ିବ।

ତୁଳା: କ୍ୟାରିଅରରେ ସଫଳତା ପାଇବେ। ବ୍ୟବସାୟରେ ଲାଭ ମିଳିବ। ନିଜ କଥା ଓ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ।

ବିଛା: ସ୍ୱାସ୍ଥ୍ୟ ଠିକ୍‌ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଅଟକି ରହିଥିବା କାମ ହୋଇଯିବ।

ଧନୁ: ଆଜି ଦିନଟି ଭଲ ନୁହେଁ, କାମକୁ ନେଇ ଚାପରେ ରହିପାରନ୍ତି। ଅଯଥା ଚିନ୍ତା କରନ୍ତୁ ନାହିଁ। ଭଗବାନଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ।

ମକର: ଦିନଟି ମିଶ୍ରଫଳ ଦେବ। ନୂଆ ଦାୟିତ୍ୱ ମିଳିପାରେ। ଧାଁଦୌଡ଼ରେ ଦିନଟି କଟିବ। କୌଣସି ମହିଳାଙ୍କ ସହଯୋଗ ପାଇପାରନ୍ତି।

କୁମ୍ଭ: କ୍ୟାରିଅରରେ ପଦୋନ୍ନତି ଘଟିବ। ମାନସିକ ସ୍ଥିତି ଭଲ ରହିବ। ପାରିବାରିକ ବ୍ୟସ୍ତତା ମଧ୍ୟରେ ଦିନଟି କଟିବ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ। ଜମି କିଣିପାରନ୍ତି। ଚାକିରିରେ ନୂଆ ସୁଯୋଗ ପାଇବେ। ସନ୍ତାନପ୍ରାପ୍ତିର ଯୋଗ ରହିଛି।

Related story