ମେଷ: ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ। ଭାଇ-ଭାଇଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବ। ଦ୍ୱିପ୍ରହର ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।
ବୃଷ: କାମ କରିବା ପାଇଁ ଉତ୍ସାହ ବଢ଼ିବ। ପରିବାରରେ ହସ ଖୁସିର ବାତାବରଣ ରହିବ। ଦୂର ସ୍ଥାନରେ ରହୁଥିଲେ ଘରକୁ ଯାଇପାରନ୍ତି।
ମିଥୁନ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥତା ଅନୁଭବ କରିବେ। ଆତ୍ମବିଶ୍ୱାସ ବଢ଼ିବ।
କର୍କଟ: ବ୍ୟବସାୟରେ ଲାଭ ହେବ। ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇ ପାରନ୍ତି। ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ସିଂହ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବନ୍ଧୁଙ୍କଠାରୁ ଉପହାର ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ।
କନ୍ୟା: ଶୁଭ ଖବର ମିଳି ପାରେ। କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କଠାରୁ ସହଯୋଗ ପାଇବେ। ମାନ-ସମ୍ମାନ ମିଳିବ। ମନ ଖୁସି ରହିବ।
ତୁଳା: ଖାଦ୍ୟପାନୀୟରେ ଅବହେଳା କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି।
ବିଛା: ସକାଳେ ମନ ପ୍ରସନ୍ନ ରହିବ। ବନ୍ଧୁଙ୍କ ସହ ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। କୌଣସି କଥାକୁ ନେଇ ଚିନ୍ତିତ ରହିବେ।
ଧନୁ: ଯୋଜନା ଅନୁସାରେ କାର୍ଯ୍ୟ ଶେଷ କରିବେ। ଧନପ୍ରାପ୍ତି ଯୋଗ ରହିଛି। ଆଧ୍ୟାତ୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।
ମକର: ସୁସ୍ଥ ରହିବେ। ମଧ୍ୟାହ୍ନ ପରେ ଅଟକି ରହିଥିବା କାର୍ଯ୍ୟ ଶେଷ ହେବାର ସୁଯୋଗ ପାଇବେ। ସହକର୍ମୀଙ୍କଠାରୁ ସହଯୋଗ ପାଇବେ।
କୁମ୍ଭ: ଦିନଟି ଭଲରେ କଟିବ। ମନୋବଳ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି।
ମୀନ: ଏକାଗ୍ରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ। ପିତାଙ୍କ ଠାରୁ ଲାଭବାନ ହେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।