୪ ସେପ୍ଟେମ୍ୱର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି

ମେଷ: ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ। ଭାଇ-ଭାଇଙ୍କ ମଧ୍ୟରେ  ସମ୍ପର୍କ ଦୃଢ଼ ହେବ। ଦ୍ୱିପ୍ରହର ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ‍ବୃଷ: କାମ କରିବା ପାଇଁ ଉତ୍ସାହ ବଢ଼ିବ। ପରିବାରରେ ହସ ଖୁସିର ବାତାବରଣ ରହିବ। ଦୂର ସ୍ଥାନରେ ରହୁଥିଲେ ଘରକୁ ଯାଇପାରନ୍ତି। ମିଥୁନ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥତା ଅନୁଭବ କରିବେ। ଆତ୍ମବିଶ୍ୱାସ ବଢ଼ିବ। କର୍କଟ: ବ୍ୟବସାୟରେ ଲାଭ ହେବ। ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇ […]

rasheepic-2-2

Rakesh Mallick
  • Published: Tuesday, 04 September 2018
  • , Updated: 04 September 2018, 02:09 AM IST

ମେଷ: ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ। ଭାଇ-ଭାଇଙ୍କ ମଧ୍ୟରେ  ସମ୍ପର୍କ ଦୃଢ଼ ହେବ। ଦ୍ୱିପ୍ରହର ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

‍ବୃଷ: କାମ କରିବା ପାଇଁ ଉତ୍ସାହ ବଢ଼ିବ। ପରିବାରରେ ହସ ଖୁସିର ବାତାବରଣ ରହିବ। ଦୂର ସ୍ଥାନରେ ରହୁଥିଲେ ଘରକୁ ଯାଇପାରନ୍ତି।

ମିଥୁନ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥତା ଅନୁଭବ କରିବେ। ଆତ୍ମବିଶ୍ୱାସ ବଢ଼ିବ।

କର୍କଟ: ବ୍ୟବସାୟରେ ଲାଭ ହେବ। ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇ ପାରନ୍ତି। ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ସିଂହ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବନ୍ଧୁଙ୍କଠାରୁ ଉପହାର ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ।

କନ୍ୟା: ଶୁଭ ଖବର ମିଳି ପାରେ। କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କଠାରୁ ସହଯୋଗ ପାଇବେ। ମାନ-ସମ୍ମାନ ମିଳିବ। ମନ ଖୁସି ରହିବ।

ତୁଳା: ଖାଦ୍ୟପାନୀୟରେ ଅବହେଳା କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି।

ବିଛା: ସକାଳେ ମନ ପ୍ରସନ୍ନ ରହିବ। ବନ୍ଧୁଙ୍କ ସହ ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି।  କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ଧନୁ: ଯୋଜନା ଅନୁସାରେ କାର୍ଯ୍ୟ ଶେଷ କରିବେ। ଧନପ୍ରାପ୍ତି ଯୋଗ ରହିଛି। ଆଧ୍ୟାତ୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ସୁସ୍ଥ ରହିବେ। ମଧ୍ୟାହ୍ନ ପରେ ଅଟକି ରହିଥିବା କାର୍ଯ୍ୟ ଶେଷ ହେବାର ସୁଯୋଗ ପାଇବେ। ସହକର୍ମୀଙ୍କଠାରୁ ସହଯୋଗ ପାଇବେ।

କୁମ୍ଭ: ଦିନଟି ଭଲରେ କଟିବ। ମନୋବଳ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି।

ମୀନ: ଏକାଗ୍ରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ। ପିତାଙ୍କ ଠାରୁ ଲାଭବାନ ହେବେ।

Related story