୫ ଫେବ୍ରୁଆରୀ, ସୋମବାର; ଶୁଭ କାମ କରି ପ୍ରଶଂସିତ ହେବେ

ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଭଲ ରହିବ ଓ ସାମାଜିକ ସ୍ତରରେ ସମ୍ମାନଲାଭ ଓ ଯଶ ପ୍ରଶଂସା ମିଳିବ ।

ରାଶିଫଳ

  • Published: Monday, 05 February 2024
  • , Updated: 05 February 2024, 07:49 AM IST

ମେଷ: ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ଛାତ୍ରଛାତ୍ରୀ ସେମାନଙ୍କ ଅଧ୍ୟୟନ ପାଇଁ ଟିକେ ଚିନ୍ତିତ ରହିପାରନ୍ତି। ଗୁରୁଜନ ମାନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ ।

ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଭଲ ରହିବ ଓ ସାମାଜିକ ସ୍ତରରେ ସମ୍ମାନଲାଭ ଓ ଯଶ ପ୍ରଶଂସା ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ମେଣ୍ଟିଯିବ। ବ୍ୟବସାୟରେ ଶତ୍ରୁମାନେ ଦୂରେଇ ଯିବା ଫଳରେ ଆନନ୍ଦ ଅନୁଭବ କରିବେ।

ମିଥୁନ: ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବା ସହ ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ। ସରକାରୀ କ୍ଷେତ୍ରରେ କର୍ମରତ ଥିବା ବ୍ୟକ୍ତିମାନଙ୍କର ଅନେକ ଶୁଭ ହେବ। ଛାତ୍ରଛାତ୍ରୀଙ୍କର ମାନସିକ ବିକାଶ ଘଟିବ ଓ ଶୁଭ କାମ କରି ପ୍ରଶଂସିତ ହେବେ।

କର୍କଟ: ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ। ପ୍ରକୃତିସ୍ଥ ହୋଇ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହିହେବ। ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ସହ ଶତ୍ରୃମାନେ ପୁଣି ଥରେ ପଛରେ ପଡ଼ି ପାରନ୍ତି।

ସିଂହ: ଶୁଭ କାମ କରି ପ୍ରଶଂସିତ ହେବେ ଓ ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଭାଗିଦାରଙ୍କ ସହ ମିଶି ବ୍ୟବସାୟ ବୃଦ୍ଧି କରିବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ଧନୁ: ବ୍ୟବସାୟରେ ଲାଭ ପାଇଲେ ମଧ୍ୟ କୌଣସି କାରଣ ପାଇଁ ଚିନ୍ତାରେ ରହିବେ । ନିର୍ମାଣାଧୀନ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ ଓ ବନ୍ଧୁଙ୍କର ଆଗମନ ହେବ ନୂତନ ବ୍ୟବସାୟ ପାଇଁ ଋଣ କରିପାରନ୍ତି ଓ ବାକିପଡ଼ିଥିବା ଅର୍ଥ ଆଦାୟ ହେବ ।

ମକର: ସାଧାରଣ କଥାରେ ପରିବାରରେ ଭୁଲ୍ ବୁଝାମଣା ଦେଖାଦେଇପାରେ । ଫଳରେ ମନ ଭାରାକ୍ରାନ୍ତ ହେବ। ବ୍ୟବସାୟରେ ଲାଭ ମିଳିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ ।

କୁମ୍ଭ: କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବା ସହ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ସହଜ ସରଳରେ ନୂତନ କର୍ମ ନିଯୁକ୍ତି ପାଇବାସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।

ମୀନ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ମାନସିକ ଶାନ୍ତି ମିଳିବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବାସହ ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ସରଳ ହେବ। ଶିକ୍ଷାକ୍ଷେତ୍ରରେ ପ୍ରଶଂସିତ ହେବାସହ ଜୀବନସାଥୀଙ୍କ ପ୍ରତି ମନରେ ସମ୍ମାନ ଜାଗ୍ରତ ହେବ।

Related story