୫ ଏପ୍ରିଲ, ଶୁକ୍ରବାର: ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ। କଳା ଓ ଅଧ୍ୟୟନ କ୍ଷେତ୍ରରେ ରୁଚି ବଢ଼ିବ। ବୃଷ: ପରିଶ୍ରମର ଫଳ ମିଳିବ। ଦିନଟି ହସଖୁସିରେ କଟିବ। ଆପଣଙ୍କର କଥା ଓ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ। ଅନ୍ୟକୁ ସାହାଯ୍ୟ କରିବେ। ମିଥୁନ: କାର୍ଯ୍ୟରେ ସଫଳତା ମିଳିବ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ବାହାରେ ଭୋଜନ କରନ୍ତୁ ନାହିଁ। […]

rasifala-4-1-1-2

Rajalaxmi Sahu
  • Published: Friday, 05 April 2019
  • , Updated: 05 April 2019, 07:46 AM IST

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ। କଳା ଓ ଅଧ୍ୟୟନ କ୍ଷେତ୍ରରେ ରୁଚି ବଢ଼ିବ।

ବୃଷ: ପରିଶ୍ରମର ଫଳ ମିଳିବ। ଦିନଟି ହସଖୁସିରେ କଟିବ। ଆପଣଙ୍କର କଥା ଓ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ। ଅନ୍ୟକୁ ସାହାଯ୍ୟ କରିବେ।

ମିଥୁନ: କାର୍ଯ୍ୟରେ ସଫଳତା ମିଳିବ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ବାହାରେ ଭୋଜନ କରନ୍ତୁ ନାହିଁ।

କର୍କଟ: ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବନ୍ଧୁଙ୍କ ସହ ସାକ୍ଷାତ ହେବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭ ଖବର ମିଳିବ

ସିଂହ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବିଚିନ୍ତି କରନ୍ତୁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ନୂତନ ବସ୍ତ୍ର କିଣିପାରନ୍ତି।

କନ୍ୟା: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ସହ ଦିନଟି ହସଖୁସିରେ କଟିବ। ଉପହାର ମିଳିବ।

ତୁଳା: ଶୁଭ ଖବର ମିଳିବ। ଅନ୍ୟକୁ ସାହାଯ୍ୟ କରିବେ। ସହକର୍ମୀଙ୍କ ସହଯୋଗ ମିଳିବ। ପରିବାରରେ ଭଲ ବାତାବରଣ ରହିବ।

ବିଛା: ଆତ୍ମବିଶ୍ୱାସ ବଢ଼ିବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ଧନୁ: କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଅଯଥା କଥାକୁ ନେଇ କୌଣସି ଆଲୋଚନା କରନ୍ତୁ ନାହିଁ। ସମ୍ମାନ ଓ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଭଲ ବାତାବରଣ ରହିବ।

ମକର: ଅସୁସ୍ଥ ଅନୁଭବ କରିବେ। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ: ଭଲ ଭାବରେ ଭାବିଚିନ୍ତି ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ। ଘରକୁ ଅତିଥି ଆସିପାରନ୍ତି। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଶାମୁତାବକ ଲାଭ ମିଳିବ।

Related story