Advertisment

୫ ଜାନୁଆରୀ, ଗୁରୁବାର; ଆତ୍ମୀୟମାନେ ପରୋକ୍ଷ ଶତ୍ରୁତା କରିବେ

ମେଷ:  ପ୍ରତି କାର୍ଯ୍ୟରେ ସଫଳତା ହାସଲ କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ, ଅନୁକୂଳ ବାତାବରଣ ସୃଷ୍ଟି ହେବ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ । ବୃଷ: ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ, ମଧ୍ୟାହ୍ନରେ ଟେନସନ୍ ଦୂର ହେବ । ମିଥୁନ: ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ […]

୪ ଜାନୁଆରୀ, ବୁଧବାର; ବନ୍ଧୁଙ୍କ ସହ ବାକ୍ ବିତଣ୍ଡା ହୋଇପାରେ

Rashi

Advertisment

ମେଷ:  ପ୍ରତି କାର୍ଯ୍ୟରେ ସଫଳତା ହାସଲ କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ, ଅନୁକୂଳ ବାତାବରଣ ସୃଷ୍ଟି ହେବ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ ।

Advertisment

ବୃଷ:ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ, ମଧ୍ୟାହ୍ନରେ ଟେନସନ୍ ଦୂର ହେବ ।

ମିଥୁନ:ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ ଦେଖାଦେବ । ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି । ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।

Advertisment

କର୍କଟ:ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ନିଜ ଜିଦରେ ଅଟଳ ରହିପାରନ୍ତି, ପ୍ରତୀକ୍ଷିତ ଖବରଟି ଅପରାହ୍ନେ ପାଇପାରନ୍ତି  । ଗତକାଲି ଠାରୁ ଯେଉଁ ଚିନ୍ତା କରୁଥିଲେ ଆଜି ବିଳମ୍ବରେ ତାହା ପ୍ରାପ୍ତି ହେବ ।

ସିଂହ:ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ  ଦିଅନ୍ତୁ । ଆକସ୍ମିକ ଦୂରଯାତ୍ରା କରିପାରନ୍ତି। ପରିବାରରେ ମନାନ୍ତର ମତାନ୍ତର ଦେଖାଦେବ।

କନ୍ୟା :ସ୍ୱାସ୍ଥ୍ୟ ଭଲ ରହିବ, କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହୋଇପାରନ୍ତି। ବନ୍ଧୁମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।  ରାଶିଫଳ ସମ୍ପର୍କରେ...

ତୁଳା:ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ। ସରକାରୀ ସ୍ତରରୁ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ, ଅପରାହ୍ନରେ ଖୁସି ଖବର ପାଇବେ।

ବିଛା:ପ୍ରତ୍ୟେକ କ୍ଷେତ୍ରରେ ପ୍ରୟୋଗାତ୍ମକ କୈାଶଳ କାରଣରୁ ଅସାଧ୍ୟ କାମଗୁଡିକୁ ସାଧନ କରିପାରିବେ । ଆପୋଷ  ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ। କଳା, ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି ।

ଧନୁ:ନିଜ ଲୋକମାନଙ୍କ ନିକଟରୁ କ୍ରମଶଃ ଦୂରେଇ ଯାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ, କିନ୍ତୁ କୈାଣସି କାମ ଅଟକିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରିପାରିବେ ନାହିଁ ।

ମକର:ହଠାତ୍ ବନ୍ଧୁଙ୍କ ବ୍ୟବହାରରେ ପରିବତ୍ତର୍ନ ହେତୁ ଦୁଃଶ୍ଚିନ୍ତା ବଢିଯାଇପାରେ। ଆଶାନୁଯାୟୀ ଅର୍ଥ ମିଳିବ  ।  କର୍ମକ୍ଷେତ୍ରରେ ସଫଳତା ମିଳିବ  ।

କୁମ୍ଭ: କର୍ମକ୍ଷେତ୍ରରେ କାମ ହାସଲ କରିବେ, କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ ।

ମୀନ: ଭାବପ୍ରବଣତାରେ କାର୍ଯ୍ୟ କରନ୍ତୁ ନାହିଁ, ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି  । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅଜଣାବ୍ୟକ୍ତି ମିତ୍ରତାଭାବ ପୋଷଣ କରିପାରନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe