୫ ମାର୍ଚ୍ଚ, ରବିବାର: ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ

ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି। ବକେୟା ଅର୍ଥ ଲାଭ ହେବ। ଅସୁସ୍ଥ ଅନୁଭବ କରିବେ। ପ୍ରତିଯୋଗିତାରେ ସଫଳତା ମିଳିବ।

Representational

  • Published: Sunday, 05 March 2023
  • , Updated: 05 March 2023, 07:39 AM IST

ମେଷ: ସାଧାରଣ କଥାକୁ ବଡ଼ କରି ନିକଟସ୍ଥ କେହି ଜଣେ ବ୍ୟକ୍ତି କଳହ ସୃଷ୍ଟି କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ। ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ। ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।

ବୃଷ: ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ମହିଳାମାନେ ସମ୍ମାନିତ ହେବେ।

ମିଥୁନ: ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇବେ। ଅନ୍ୟମାନେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ରହିବେ। ଘରେ ବନ୍ଧୁମିଳନ ହେବ। ନୂତନ ଅତିଥିଙ୍କ ଆଗମନ ହେବ। ଜମିଜମା ସମସ୍ୟାର ସମାଧାନ ହେବ।

କର୍କଟ: ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

ସିଂହ: ସହକର୍ମୀ କିମ୍ବା ପଡ଼ୋଶୀ ସାହାଯ୍ୟ କରିବେ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। କୌଣସି କାର୍ଯ୍ୟରେ ବାରମ୍ବାର ବିଫଳତା ଯୋଗୁ ଚିନ୍ତିତ ରହିବେ।

କନ୍ୟା: ବନ୍ଧୁଙ୍କ ସହ ମନାନ୍ତର କାରଣରୁ ମନ ଭାରାକ୍ରାନ୍ତ ରହିବ। କୌଣସି କାମରେ ମନ ଲାଗିବ ନାହିଁ। ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକେ ବେଶ୍ ଖୁସି ରହିବେ। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ବହୁ କାମ ହାତକୁ ନେଇ ପ୍ରଶଂସିତ ହେବେ।

ତୁଳା: ବନ୍ଧୁ ଓ ପରିବାର ଲୋକଙ୍କ ସମର୍ଥନରେ ଅସମ୍ଭବ ଲାଗୁଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ପାରିବାରିକ ଜୀବନରେ ସୁଖଶାନ୍ତି ମିଳିବ। ବିଳାସବ୍ୟସନ ଦ୍ରବ୍ୟ କ୍ରୟ କରିବେ।

ବିଛା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ବେଶ୍ ସଫଳତା ପାଇବେ। ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କିଛିଟା ସମସ୍ୟା ଦେଖାଦେଇପାରେ। କଳା, ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

ଧନୁ: ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି। ବକେୟା ଅର୍ଥ ଲାଭ ହେବ। ଅସୁସ୍ଥ ଅନୁଭବ କରିବେ। ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।

ମକର: ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଯେକୌଣସି କାମ କରିବେ ସେଥିରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକେ ପ୍ରଶଂସିତ ହେବେ।

କୁମ୍ଭ: ଅର୍ଥ, ମାନସମ୍ମାନ ଓ ପ୍ରତିଷ୍ଠା ମିଳିବ। ବିଳାସବ୍ୟସନରେ ଦିନଟି କାଟିବେ। ବହୁଦିନର ବକେୟା ପ୍ରାପ୍ୟ ମିଳିବ। ମାଙ୍ଗଳିକ କାମରେ ଯୋଗଦାନ କରିବେ। ମହିଳାମାନେ ପ୍ରଶଂସିତ ହେବ। ମହିଳାମାନେ ଘରେ ବାହାରେ ସବୁଠି ପ୍ରଶଂସିତ ହେବେ।

ମୀନ: ମନ ଖୁସି ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହେବେ।
 

Related story