୬ ନଭେମ୍ବର ଶନିବାର: ଶତ୍ରୁ ପାଖ ମାଡ଼ିବେ ନାହିଁ

ମେଷ: ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। କିଛି ନୂଆ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରିବାରର କେତେକ ସମସ୍ୟା ନେଇ ଚିନ୍ତିତ ରହିବେ। ବୃଷ: ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ସବୁ କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ। ମିଥୁନ: ପରିବହନ କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟାର ସମାଧାନ ହେବ। ଘରେ ରହିବେ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ଦିନଟି ଅତିବାହିତ କରିବେ। କର୍କଟ: ଶତ୍ରୁମାନେ ପାଖ ମାଡ଼ିବେ ନାହିଁ। […]

RASI

Niharika Rout
  • Published: Saturday, 06 November 2021
  • , Updated: 06 November 2021, 08:16 AM IST

ମେଷ: ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। କିଛି ନୂଆ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରିବାରର କେତେକ ସମସ୍ୟା ନେଇ ଚିନ୍ତିତ ରହିବେ।

ବୃଷ: ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ସବୁ କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: ପରିବହନ କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟାର ସମାଧାନ ହେବ। ଘରେ ରହିବେ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ଦିନଟି ଅତିବାହିତ କରିବେ।

କର୍କଟ: ଶତ୍ରୁମାନେ ପାଖ ମାଡ଼ିବେ ନାହିଁ। ଧନଲାଭ ହୋଇପାରେ। ଯଦି କୌଣସି ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି, ତା’ହେଲେ ସେଥିରେ ଆଗେଇ ଯା’ନ୍ତୁ।

ସିଂହ: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମାନସମ୍ମାନ ବଢ଼ିବ। କୌଣସି ଶୁଭ ଖବର ମିଳିପାରେ। ଟିକେ ଚେଷ୍ଟା କଲେ କାହାକୁ ଦେଇଥିବା ଅର୍ଥ ମିଳିଯିବ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ବିରୋଧୀମାନେ ଦୂରେଇ ରହିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ତୁଳା: ଅଶାନ୍ତିରୁ ମୁକ୍ତି ପାଇବେ। ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ଛୋଟ ଛୋଟ କାମକୁ ବୁଝି ବିଚାରି ନକଲେ ଅକଳରେ ପଡ଼ିବେ।

ବିଚ୍ଛା: ବ୍ୟବସାୟ କ୍ଷେତ୍ରରେ ଯୋଜନା ଗୁଡ଼ିକୁ ସଠିକ ଭାବରେ କାର୍ଯ୍ୟକାରୀ କରିବାକୁ ସକ୍ଷମ ହେବେ। ଯାନବାହନରେ ତ୍ରୁଟି ଦେଖା ଦେଇପାରେ।

ଧନୁ: ଅର୍ଥଲାଭ ହେବ। ମାନସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ପଦୋନ୍ନତିର ସୂଚନା ପାଇବେ।

ମକର: ପାରିବାରିକ ଜୀବନ ଭଲ ରହିବ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ମନ ଭଲ ରହିବ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ।

ମୀନ: ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ଲାଭର ସୁଯୋଗ ପାଇବେ। ନୂତନ ଜମି ବା ଘର ଆଦି କ୍ରୟ କରିବାର ସୁଯୋଗ ପାଇବେ।

Related story