ମେଷ: ମାନ- ସମ୍ମାନ ମିଳିବ। ଶୁଭ ସମାଚାର ଶୁଣି ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ବୃଷ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯିବ। ଆଶା କରିଥିବା କାମ ସଂପୂର୍ଣ୍ଣ ହେବ। ମାଆ ବାପା ଓ ଗୁରଙ୍କୁ ପ୍ରଣାମ କରନ୍ତୁ।
ମିଥୁନ: ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କର୍କଟ: ସାହସ ଓ ବୁଦ୍ଧିମତାର ପରିଚୟ ଦେବେ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହୋଇଯିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।
ସିଂହ: ପୁରାତନ ରୋଗରୁ ଉପଶମ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଆତ୍ମବଳ ଦ୍ୱାରା ଆଗକୁ ବଢିବାରେ ସକ୍ଷମ ହେବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆତ୍ମବିଶ୍ୱାସ ବଢ଼ିବ।
ତୁଳା:ମିଠା କଥା କହି ଲୋକଙ୍କ ମନ ଜିତିବେ। ଶରୀରରେ ଆଘାତ ଲାଗି ପାରେ ଜଗି ରଖି ଚଳନ୍ତୁ।
ବିଛା: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଦ୍ୱନ୍ଦ୍ୱ ଭିତରେ ରହିବେ।
ଧନୁ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।
ମକର: ଆର୍ଥିକ ସମସ୍ୟା ଦୂର ହୋଇଯିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ଅପରାହ୍ଣ ପରେ ଅଳସୁଆ ଅନୁଭବ କରିବେ।
କୁମ୍ଭ: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।
ମୀନ: ପରିଶ୍ରମ ଅନୁସାରେ ଫଳ ମିଳିବ। ଘର ପାଇଁ ନୂତନ ଜିନିଷ କିଣି ଖର୍ଚ୍ଚାନ୍ତ ହେବେ। ମନ ବିଚଳିତ ରହିବ।