ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ। ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ଓ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ଯୋଗ୍ୟ ବିବେଚିତ ହେବେ।
ବୃଷ: ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ । ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ ।
ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ। ଯେଉଁ ବିଷୟ ସକାଶେ କିଛି ଦିନ ହେବ ଚିନ୍ତିତ ରହିଛନ୍ତି ସେଥିରେ ଶୁଭଫଳ ମିଳିବ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କର୍କଟ: ସାମାଜିକ ପ୍ରତିଷ୍ଠା ସହ ପ୍ରତ୍ୟେକ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ । ଅପରାହ୍ନରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ, ବନ୍ଧୁ ଦର୍ଶନର ସୁଯୋଗ ଅଛି ।
ସିଂହ: ବିଳମ୍ବିତ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସାଧିତ ହେବ, ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବ୍ୟବସାୟ କିମ୍ବା ପରିବହନରେ ଲାଭବାନ ହେବେ, ଶରୀର ସୁସ୍ଥ ରହିବ ।
କନ୍ୟା : ବ୍ୟବସାୟୀମାନେ ଲାଭ ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ । କଳାସଂସ୍କୃତିରେ ମାନସମ୍ମାନ ବୃଦ୍ଧି ହେବ, ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ଭ୍ରମଣ ଯୋଗ ସହିତ ସୁସ୍ୱାଦୁ ଭୋଜନ କରିବେ।
ତୁଳା: ରାଜନୀତି କରୁଥିବା ବ୍ୟକ୍ତିକୁ ଅପମାନ ମିଳିବ କିନ୍ତୁ ବହୁଦିନରୁ ଅଟକିଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ରହିଛି । ବନ୍ଧୁଙ୍କର ଘରକୁ ଆଗମନ ହେବ, ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିବେ ।
ବିଛା : ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟରେ ସଫଳତା ପାଇପାରିବେ ଏବଂ ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ପ୍ରାପ୍ତି ହେବ ।
ଧନୁ : କର୍ମକ୍ଷେତ୍ରରେ ଉନ୍ନତି ହେବ ଓ ଦୂରସ୍ଥାନକୁ ଯାତ୍ରା କଲେ ଫଳପ୍ରଦ ହେବ। ବନ୍ଧୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେବେ । ଅଚାନକ ଧନ ପ୍ରାପ୍ତି ହେବ ଏବଂ ଜମି ଗୃହ କ୍ରୟ କରିବା ପାଇଁ ମନ ବଳାଇବେ ।
ମକର: ବନ୍ଧୁଙ୍କ ସହିତ ମତଭେଦ ହେବ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହେବ।ଛାତ୍ରଛା ତ୍ରୀମାନେ କ୍ୟାରିୟରକୁ ନେଇ ବ୍ୟସ୍ତବିବ୍ରତ ହେବେ । ପରିବାରରେ ସମସ୍ତେ ହସଖୁସିରେ ସମୟ ଅତିବାହିତ କରିବେ ।
କୁମ୍ଭ : ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ କରିବେ। ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ ।
ମୀନ: ବିଦ୍ୟାର୍ଥିମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ` କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ, ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ` ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।