୬ ଫେବ୍ରୁଆରୀ, ସୋମବାର: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ

ଅର୍ଥ ସମ୍ପର୍କିତ ସମସ୍ୟା ଦୂର କରିବାକୁ ସମର୍ଥ ହେବେ। ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

Representational Image

  • Published: Monday, 06 February 2023
  • , Updated: 06 February 2023, 08:14 AM IST

ମେଷ: ବିଭିନ୍ନ ଦିଗରୁ ଅର୍ଥର ଆଗମନ ହେବ। କିନ୍ତୁ ସମସ୍ୟା ଛାଡ଼ିବ ନାହିଁ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ କ୍ଷେତ୍ରରେ ପ୍ରଶଂସିତ ହେବେ।

ବୃଷ: ଯେକୌଣସି କାର୍ଯ୍ୟରେ କାହାଠାରୁ ସାହାଯ୍ୟ ପାଇବେ ନାହିଁ। ସମ୍ପର୍କୀୟଙ୍କ ଚକ୍ରାନ୍ତର ଶିକାର ହୋଇପାରନ୍ତି। ଆଶା ପୂରଣ ନହେବାରୁ ମନ ଦୁଃଖ ହେବ। 


ମିଥୁନ: କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଆଶା ପୂରଣ ହେବ। 

କର୍କଟ: ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ। ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ।

ସିଂହ: କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ହେବ। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ସ୍ୱାସ୍ଥ୍ୟ ଭଲ ରହିବ। 

କନ୍ୟା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବୃଦ୍ଧି ଘଟିବ। ଘର, ଜମି ଆଦି କିଣିବାକୁ ନିଷ୍ପତ୍ତି ନେଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତି ହେବ।

ତୁଳା: ଆର୍ଥିକ ଦିଗଟି ସୁଦୃଢ଼ ରହିବ। କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ବିଛା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଶା କରୁଥିବା ଦିଗରୁ ଅର୍ଥ ପାଇବା ସହଜ ହେବ। କିନ୍ତୁ ଅଯଥା ବ୍ୟୟ କରି ମନସ୍ତାପ କରିବେ।
ପରିବାରର ସମସ୍ୟାକୁ ଚତୁରତାର ସହ ସମାଧାନ କରିବାରେ ସମର୍ଥ ହେବେ। 

ଧନୁ: ଅର୍ଥ ସମ୍ପର୍କିତ ସମସ୍ୟା ଦୂର କରିବାକୁ ସମର୍ଥ ହେବେ। ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ ବ୍ୟବହାର କରିବା କଷ୍ଟକର ହୋଇପାରେ।

ମକର: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ସାମାନ୍ୟ କାରଣରୁ ଘରେ କଳି,ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। 

କୁମ୍ଭ: ଅଟକି ରହିଥିବା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ। ଅତୀତର କୌଣସି ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ। 

ମୀନ: ଦିନଟି ସବୁ ଦିଗରୁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ। ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।

Related story