ମେଷ: ଦାମ୍ପତ୍ୟ କଳହର ଅବସାନ ଘଟିବ । ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ବ୍ୟବସାୟରେ ଉନ୍ନତି ସହ ବାସସ୍ଥାନ କିମ୍ବା ଯାନବାହନର ନବୀକରଣ ଇତ୍ୟାଦି ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ, ଆକସ୍ମିକ ଅର୍ଥ ଲାଭହେବ ।
ବୃଷ: ପିଲାମାନଙ୍କ କାର୍ଯ୍ୟ ଦୁଶ୍ଚିନ୍ତାର କାରଣ ହୋଇପାରେ ।ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବ । ଫଳରେ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ କରିବେ ।
ମିଥୁନ: ଶାରୀରିକ ପୀଡ଼ା ଦେଖାଦେଇପାରେ । ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି । ସଂଗଠନ, ରାଜନୀତି, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ ।
କର୍କଟ: ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାରେ ପଡ଼ିବେ। ମତପାର୍ଥକ୍ୟ ଜନିତ ବାକ୍ ବିତଣ୍ଡା ସୃଷ୍ଟି ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ପରାମର୍ଶରେ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ନିଜ ସାଧନାରେ ସଫଳତା ପାଇବେ।
ସିଂହ: କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ। ପାରିବାରିକ ଜୀବନରେ ଖଳଲୋକଙ୍କ କାନକୁହା କଥା ସୁଖ ସନ୍ତୋଷରେ ବାଧା ଉପୁଜାଇବ। ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ ।
କନ୍ୟା: କାର୍ଯ୍ୟ ହାସଲ ସହ ଆର୍ଥିକ ଉନ୍ନତି ଦେଖାଦେବ। ମହିଳାମାନେ ପ୍ରଶଂସନୀୟ ହେବେ । ପାରିବାରିକ କ୍ଷେତ୍ରର କୌଣସି କଥା ମନକୁ ବାରମ୍ବାର ଆଲୋଡିତ କରିପାରେ । ଅର୍ଥ ସମ୍ପର୍କକୁ ନେଇ ପରିବାରରେ ଭାତୃ ବିବାଦ ଦେଖାଦେଇପାରେ । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।
ତୁଳା: ପରିବାରରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ୟା ଦେଖାଦେଇପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତା ମନକୁ ଆକ୍ରାନ୍ତ କରିବ।
ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।
ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।
ମକର: ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ । ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ।
କୁମ୍ଭ: କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି । ସତସଙ୍ଗ ପ୍ରତି ମନ ବଳିବ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ । ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ ।
ମୀନ: ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଭଲ ରହିବ । ହଠାତ୍ ହଜି ଯାଇଥିବା ବ୍ୟକ୍ତି, ଚୋରି ହୋଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।