୬ ଅକ୍ଟୋବର, ଗୁରୁବାର: ହସଖୁସିରେ ସମୟ ଅତିବାହିତ କରିବେ

ମେଷ: ମନ ଅଶାନ୍ତ ରହିବ। ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ଦୂର ସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବୃଷ: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ମିଥୁନ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ପରିବାରରେ ଶାନ୍ତି ବଜାୟ ରହିବ। ମହିଳାମାନେ ଧର୍ମକାର୍ଯ୍ୟରେ ଲିପ୍ତ ରହିବେ। କର୍କଟ: ସଭାସମିତିରେ ସମ୍ମାନିତ ହେବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବହୁଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ […]

RASI

RASI

Tapaswini Nayak
  • Published: Thursday, 06 October 2022
  • Updated: 06 October 2022, 07:36 AM IST

Sports

Latest News

ମେଷ: ମନ ଅଶାନ୍ତ ରହିବ। ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ଦୂର ସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ବୃଷ: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ।
ମିଥୁନ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ପରିବାରରେ ଶାନ୍ତି ବଜାୟ ରହିବ। ମହିଳାମାନେ ଧର୍ମକାର୍ଯ୍ୟରେ ଲିପ୍ତ ରହିବେ।
କର୍କଟ: ସଭାସମିତିରେ ସମ୍ମାନିତ ହେବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବହୁଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ ମନ ଖୁସି ରହିବ।

ସିଂହ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ଘରେ ସମସ୍ତେ ବ୍ୟସ୍ତବିବ୍ରତ ହେବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ ଏବଂ ସେମାନେ ଅସୁବିଧାରେ ପକାଇପାରନ୍ତି।

କନ୍ୟା: ବାକି ପଡ଼ିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ।

ତୁଳା: ହସଖୁସିରେ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହିତ ମତଭେଦ ସୃଷ୍ଟି ହେବ। ସନ୍ତାନମାନଙ୍କ କାର୍ଯ୍ୟକଳାପ ବାପାମା’ଙ୍କ ମନରେ ଅଶାନ୍ତି ସୃଷ୍ଟି କରିବ।

ବିଛା: ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ସୁସ୍ୱାଦୁ ଭୋଜନ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଭ୍ରମଣ ଯୋଗ ରହିଛି। ନୂତନ ଚାକିରିର ସୁଯୋଗ ମିଳିବ।

ଧନୁ: ପାରିବାରିକ ସମସ୍ୟା ଯୋଗୁ କ୍ରୋଧିତ ହେବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବଢ଼ିବେ। ତେଣୁ ସତର୍କ ରହିବାକୁ ପଡ଼ିବ। ଦୂରସ୍ଥାନକୁ ଗଲାବେଳେ ସାବଧାନତାର ସହିତ ଯାଆନ୍ତୁ, ନହେଲେ ଅସୁବିଧାରେ ପଡ଼ିବେ।

ମକର: ଅଧା ରହିଥିବା କାର୍ଯ୍ୟକୁ ସାହସର ସହିତ ସମ୍ପୂର୍ଣ୍ଣ କରିପାରିବେ। ଭାତୃବିବାଦ ଦୂରେଇଯିବ ଓ ପାରିବାରିକ ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ଆସିବାରୁ ମନ ଖୁସି ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ରାଜନୀତିରେ ସଫଳତା ପାଇପାରିବେ। ନୂଆ ଘର କରିବା ପାଇଁ ନିଜର ଅତି ଘନିଷ୍ଠ ବନ୍ଧୁଙ୍କର ପରାମର୍ଶ ନେବେ। ଭାବୁଥିବା କାର୍ଯ୍ୟ ସଂପନ୍ନ ହେବ।

ମୀନ: ଦାମ୍ପତ୍ୟ ଜୀବନ ଭଲ ରହିବ। ନୂଆ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ଭୂମି, ଗାଡ଼ି ଆଦି କ୍ରୟ କରିବା ପାଇଁ ସୁଯୋଗ ମିଳିବ। ବଡ଼ ବ୍ୟବସାୟ ପାଇଁ ମନ ବଳାଇବେ ଓ ସେଥିପାଇଁ ବନ୍ଧୁଙ୍କର ସହଯୋଗ ଲୋଡ଼ିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos