Advertisment

୭ ଫେବ୍ରୁଆରୀ, ବୁଧବାର; କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେବେ

ଅପ୍ରିୟ ସତ୍ୟ କଥା କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଏଣୁ ଜଗି ରଖି ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ। ପରିବାରର ବ୍ୟୟ ବୃଦ୍ଧି ହେତୁ ବ୍ୟସ୍ତତା ମଧ୍ୟ ବୃଦ୍ଧି ପାଇପାରେ।

ଅଦ୍ୟତନ ହୋଇଛି
Rashi

Rashi

Advertisment

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ । ଅପରାହ୍ନରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଯାତ୍ରାରେ ଶୁଭଫଳ ମିଳିବ । ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖାଦେଇପାରେ । ଯାହାକୁ ନେଇ ମନ ଭାରାକ୍ରାନ୍ତ ହେବ ।

Advertisment

ବୃଷ: ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେବେ । ଯାତ୍ରା, ବାଣିଜ୍ୟ, ପ୍ରଶାସନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ମିଳିବ । ଗୃହିଣୀମାନେ ନିଜର ବୁଦ୍ଧି ବିବେକ ବଳରେ ପାରିବାରିକ ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ ।

ମିଥୁନ:  ଅପ୍ରିୟ ସତ୍ୟ କଥା କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଏଣୁ ଜଗି ରଖି ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ। ପରିବାରର ବ୍ୟୟ ବୃଦ୍ଧି ହେତୁ ବ୍ୟସ୍ତତା ମଧ୍ୟ ବୃଦ୍ଧି ପାଇପାରେ। ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି ।

Advertisment

କର୍କଟ: ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ ଓ ତଳ ମହଲରୁ ଆଶାତୀତ ଲାଭ ପାଇବେ । ନିଜର କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରିବା ପାଇଁ ଚେଷ୍ଟିତ ହେବେ । ଭାଗୀଦାରି କ୍ଷେତ୍ରରେ ଆଖିବନ୍ଦ କରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ।

ସିଂହ: ଶାରିରୀକ ଅସୁସ୍ଥତା ଦୂର ହେବାସହ କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତ୍ତମ ଆୟର ପଥ ପରିସ୍କାର କରିବେ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବିଛା: କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ। କିନ୍ତୁ ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: ସମୟକୁ ହାତ ଛଡ଼ା ନ କରିବା ଉଚିତ୍, କାରଣ ସମସ୍ତ କାର୍ଯ୍ୟରେ ଶୁଭଫଳ ପାଇବେ। ପୁରାତନ ରୋଗର ଉପଶମ ହେବାରୁ ମାନସିକ ସ୍ଥିରତା ଦେଖାଦେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଓ ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ।

କୁମ୍ଭ: ଆଜି ଦେବ ଦର୍ଶନ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଶରୀର ଅସୁସ୍ଥ ହୋଇପାରେ । ପରିବାରରେ ପୁତ୍ରକନ୍ୟାଙ୍କ ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିବେ ପୂର୍ବର ବକେୟା ଅର୍ଥ ହସ୍ତଗତ ହେବ । ପିତାମାତାଙ୍କ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଚିକିତ୍ସକଙ୍କ ପରାମର୍ଶ ନେବେ ।

ମୀନ:  ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ନେଇ ମନୋମାଳିନ୍ୟ ସହିତ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଯାନବାହନ ଚଳାଇବାବେଳେ ସତର୍କତା ଅବଲମ୍ବନ କରନ୍ତୁ। ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ, ବହୁ ପ୍ରତୀକ୍ଷିତ ଖବରଟି ପାଇ ଖୁସି ହେବେ।

Astrology Daily Horoscope
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe