ମେଷ: ସାମାଜିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ମାନସିକ ଶାନ୍ତି ଅନୁଭବ କରିବେ।
ବୃଷ: ବନ୍ଧୁଙ୍କ ସହଯୋଗ ମିଳିବ। ଅଟକି ରହିଥିବା କର୍ଯ୍ୟ ସଂପୂର୍ଣ୍ଣ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।
ମିଥୁନ: ଅଧିକ ପରିଶ୍ରମ କରିବେ। ଅପରାହ୍ଣ ପରେ ଅଳସୁଆ ଅନୁଭବ କରିବେ। ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଋଣ ଦିଅନ୍ତୁ ନାହିଁ। ପରିବାରରେ ହସ ଓ ଖୁସିର ପରିବେଶ ରହିବ।
ସିଂହ: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା: ସାମ୍ବାଦିକମାନେ ପ୍ରଶଂସିତ ହେବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।
ତୁଳା: ସାମାଜିକ ପ୍ରତିଷ୍ଠା ଲାଭ କରିବେ। ମିଠା କଥା କହି ଲୋକଙ୍କ ମନ ଜିତିବେ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।
ବିଛା: କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ପାରିବାରିକ ସମସ୍ୟା ସାମାଧାନ କରି ପ୍ରଶଂସିତ ହେବେ। କୌଣସ ନୂତନ କାର୍ଯ୍ୟ ଆରମ୍ଭ କଲେ ବିପଦରେ ପଡିପାରନ୍ତି।
ଧନୁ: ଶରୀରରେ ଆଘାତ ଲାଗିପାରେ। ଜଗି ରଖି ଚଳନ୍ତୁ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ମକର: ଆର୍ଥିକ ସ୍ଥିତି ଭଲ ରହିବ। ମନ ବିଚଳିତ ରହିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
କୁମ୍ଭ: ଶରୀର ସୁସ୍ଥ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।
ମୀନ: ବ୍ୟସ୍ତତା ଭିତରେ ଦିନଟି କଟିବ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଆଧ୍ୟାତ୍ମିକ ପରିବେଶରେ ସମୟ ବିତାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।