୭ ଅଗଷ୍ଟ, ଶନିବାର: ପୂର୍ବ ସମସ୍ୟାର ସମାଧାନ ହେବ

ମେଷ:  ଆଜି ଆଗ ପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି । ବନ୍ଧୁମାନଙ୍କ  କଥାବାର୍ତ୍ତା  ଆପଣଙ୍କ ସମସ୍ୟାକୁ ବଢାଇ ଦେଇପାରେ।  ର୍ନିଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।  ବିଳମ୍ବରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।  ବୃଷ: ଆଜି ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରି ଆଶା ପୂରଣ କରିବେ । ନିର୍ମାଣଧୀନ ଆନୁଷ୍ଠାନିକ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ  । ଆଲୋଚନା […]

RASI

RASI

Niharika Rout
  • Published: Saturday, 07 August 2021
  • Updated: 07 August 2021, 07:52 AM IST

Sports

Latest News

ମେଷ:  ଆଜି ଆଗ ପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି । ବନ୍ଧୁମାନଙ୍କ  କଥାବାର୍ତ୍ତା  ଆପଣଙ୍କ ସମସ୍ୟାକୁ ବଢାଇ ଦେଇପାରେ।  ର୍ନିଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।  ବିଳମ୍ବରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।

 ବୃଷ: ଆଜି ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରି ଆଶା ପୂରଣ କରିବେ । ନିର୍ମାଣଧୀନ ଆନୁଷ୍ଠାନିକ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ  । ଆଲୋଚନା ପରିସରରେ ଆପଣ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।

 ମିଥୁନ: ଆଜି ସ୍ଥଗିତ ରହିଯାଇଥିବା କେତେକ ପୁରୁଣା ବାକିଆ କାମ ଶେଷ କରିବାକୁ ସକ୍ଷମ ହେବେ । ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଜମିଜମା ସମ୍ପର୍କିତ ବିବାଦର ଆଶୁ ସମାଧାନ ହୋଇଯିବ । କଳା,ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରାଦିରେ କାର୍ଯ୍ୟ କରୁଥିଲେ ପୂର୍ବ ସମସ୍ୟା ସମାଧାନ ହୋଇଯିବ ।

 କର୍କଟ: ଆଜି ଅନ୍ୟ ପାଇଁ ଆପଣ ସମସ୍ୟାରେ ଛନ୍ଦି ହୋଇଯିବେ । ପରିବାରରେ ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ। ବନ୍ଧୁଙ୍କ ପରାମର୍ଶରେ ସତତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।

ସିଂହ: ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭ କରି କାର୍ଯ୍ୟ ସାଧନ କରିବେ । ପାରିବାରିକ ଜୀବନରେ ଖଳ ଲୋକଙ୍କ କାନକୁହା କଥା ସୁଖ ସନ୍ତୋଷରେ ବାଧା ଉପୁଜାଇବ । ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ର୍ନିଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ  ।

 କନ୍ୟା: ଆଜି କାର୍ଯ୍ୟ ହାସଲ ସହ ଆର୍ଥିକ ଉନ୍ନତି ଦେଖା ଦେବ। ପାରିବାରିକ କ୍ଷେତ୍ରର କୌଣସି କଥା ମନକୁ ବାରମ୍ବାର ଆଲୋଡିତ କରିପାରେ । ଅର୍ଥ ସମ୍ପର୍କକୁ ନେଇ ପରିବାରରେ ଭାତୃ ବିବାଦ ଦେଖାଦେଇପାରେ।

 ତୁଳା: ଆଜି ପୂର୍ବ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ । ସେଥିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ, ଯାହାକି ସାମୟିକ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ।

ବିଛା:  ଆଜି  କାର୍ଯ୍ୟ ସିଦ୍ଧି ସହ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଉପରିସ୍ଥଙ୍କ କର୍ମଚାରୀଙ୍କ  ଆଦେଶାନୁସାରେ କାର୍ଯ୍ୟ କରିବା ପାଇଁ  ବାଧ୍ୟ ହେବେ।

 ଧନୁ: ଆଜି କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସନୀୟ ହେବେ । ପରୋକ୍ଷ ଶତ୍ରୁତା କାରଣରୁ ଅପରାହ୍ନରେ ମନ ଭାରାକ୍ରାନ୍ତ ରହିବ । କୋର୍ଟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ।

 ମକର: ଆଜି ଜଗି ରଖି ଚଳନ୍ତୁ । କେହି ଖଳ ବ୍ୟକ୍ତି ଆପଣଙ୍କୁ ଅସୁବିଧାରେ ପକାଇପାରେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଅଂଶୀଦାର ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ।

 କୁମ୍ଭ: ଆଜି ଆପଣଙ୍କର ଦିନ ଖୁବ୍ ଭଲରେ କଟିବ। ବକେୟା ପ୍ରାପ୍ୟ ମିଳିବ । ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିବ । ବିବାଦରେ ନୂଆ ମୋଡ଼ ଦେଖାଦେବ । ପୂର୍ବ ସମସ୍ୟା ସମାଧାନ ହୋଇଯିବ।  ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନ ନେବା ସହ ସମ୍ମାନ ପ୍ରାପ୍ତି ହେବେ। ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି।

ମୀନ: ଆଜି ଆପଣଙ୍କ ଦୃଢ଼ ମନୋବଳ ଯୋଗୁ ପ୍ରତ୍ୟେକଟି କ୍ଷେତ୍ରରେ ବିଜୟ ଲାଭ କରିବେ। ପାରିବାରିକ  କ୍ଷେତ୍ରରେ ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯତ୍ନ କଲେ ଉପକୃତ ହେବେ । ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ମାନସିକ ସ୍ତରରେ କ୍ରୋଧାନ୍ୱିତ ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos