୭ ଜାନୁଆରୀ, ଶୁକ୍ରବାର: ସହକର୍ମୀ ଈର୍ଷାନ୍ୱିତ ହେବେ

ମେଷ: କଠିନ ପରିଶ୍ରମ କରିବେ। କମ୍ ପରିଶ୍ରମରେ ଆଶାମୁତାବକ ଫଳପ୍ରାପ୍ତି ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଳମ୍ବନ କରନ୍ତୁ। ବୃଷ: ଶୁଭ ଖବର ପାଇ ଖୁସିହେବେ। ଶରୀର ସୁସ୍ଥ ରହିବ। ପାରିବାରିକ ସ୍ତରରେ କିଛି କୁହୁଳା ଅଶାନ୍ତି ଦୂରେଇ ଯିବା ସହ ଆୟ ମଧ୍ୟ ଉତ୍ତମ ହେବ। ଛାତ୍ରଛାତ୍ରୀମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମ କରି ପ୍ରଶଂସା ପାଇବେ। ମିଥୁନ: ଶାରିରୀକ ଅସୁସ୍ଥତା ଦୂର ହେବ। ପାରିବାରିକ ସୁଖ ଶାନ୍ତି ବୃଦ୍ଧି […]

RASI

Niharika Rout
  • Published: Friday, 07 January 2022
  • , Updated: 08 January 2022, 07:46 AM IST

ମେଷ: କଠିନ ପରିଶ୍ରମ କରିବେ। କମ୍ ପରିଶ୍ରମରେ ଆଶାମୁତାବକ ଫଳପ୍ରାପ୍ତି ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଳମ୍ବନ କରନ୍ତୁ।

ବୃଷ: ଶୁଭ ଖବର ପାଇ ଖୁସିହେବେ। ଶରୀର ସୁସ୍ଥ ରହିବ। ପାରିବାରିକ ସ୍ତରରେ କିଛି କୁହୁଳା ଅଶାନ୍ତି ଦୂରେଇ ଯିବା ସହ ଆୟ ମଧ୍ୟ ଉତ୍ତମ ହେବ। ଛାତ୍ରଛାତ୍ରୀମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମ କରି ପ୍ରଶଂସା ପାଇବେ।

ମିଥୁନ: ଶାରିରୀକ ଅସୁସ୍ଥତା ଦୂର ହେବ। ପାରିବାରିକ ସୁଖ ଶାନ୍ତି ବୃଦ୍ଧି ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।

କର୍କଟ: ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ସମାନ ବିଚାରଧାରାର ବ୍ୟକ୍ତିଙ୍କ ସହିତ ଭେଟ ହେବ । ମନ ପ୍ରଫୁଲ୍ଲ ରହିବ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

ସିଂହ: ମାନ-ସମ୍ମାନ ବଢ଼ିବ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ। ଦିନଟି ଖୁସିରେ ବିତିବ।

କନ୍ୟା: ମାଲିମୋକଦ୍ଦମାରେ ସଫଳ ହେବେ।  କର୍ମକ୍ଷେତ୍ରରେ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ।

ତୁଳା: ପରିଶ୍ରମ ଅନୁଯାୟୀ ଫଳପ୍ରାପ୍ତି ହେବ। ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ପ୍ରୟାସ କରିବେ।

ବିଚ୍ଛା: ସରକାରୀ କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ।

ଧନୁ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ଅଧିକ ହେବ।  ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ।

ମକର: କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଘର ପାଇଁ କିଛି ଜିନିଷ କିଣିପାରନ୍ତି।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼େଇବେ। କୌଣସି ସହକର୍ମୀ ଆପଣଙ୍କ ପ୍ରତି ଈର୍ଷାନ୍ୱିତ ହେବେ, ତେବେ କିଛି କ୍ଷତି କରିପାରିବେ ନାହିଁ।

ମୀନ: ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ।  ପରିବାରରେ ହସ ଖୁସିରେ ବାତାବରଣ  ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ।

Related story