୭ ଜାନୁଆରୀ, ଶନିବାର; ଦେବ ଦର୍ଶନର ସୁଯୋଗ ମିଳିବ

ମେଷ:  ଦେବ ଦର୍ଶନର ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଯେଉଁ କାମ କରିବେ ସେଥିରେ ସଫଳତା ମିଳିବ ।  ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ:  ଧାର୍ମିକ ଅନୁଷ୍ଠାନରେ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ । ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ୱାରା […]

Rashi

  • Published: Saturday, 07 January 2023
  • , Updated: 07 January 2023, 07:47 AM IST

ମେଷ:  ଦେବ ଦର୍ଶନର ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଯେଉଁ କାମ କରିବେ ସେଥିରେ ସଫଳତା ମିଳିବ ।  ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ:  ଧାର୍ମିକ ଅନୁଷ୍ଠାନରେ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ । ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ୱାରା ଆପଣଙ୍କର ପ୍ରଶଂସା ହେବ ।

ମିଥୁନ: କୈାଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ବ୍ୟବସାୟରେ ଆଶାନୁରୂପ ସଫଳତା ମିଳିବ।

କର୍କଟ:  ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ପରାଜୟ ହେବେ। କର୍ମ କ୍ଷେତ୍ରରେ ମାନ ସମ୍ମାନ ମିଳିବ। ପ୍ରେମରେ ସଫଳତା ମିଳିବ।  ଗତକାଲିଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ ଶୁଭ ଫଳ ମିଳିବ।

ସିଂହ:  ମନରେ ଦ୍ୱନ୍ଦ୍ୱ ରହିବ । ଶତୃମାନେ ପରାଜିତ ହେବେ । କୈାଣସି ସମସ୍ୟାର ସମାଧାନ ଲାଗି ଦିନଟି ଉତ୍ତମ ରହିବ। ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ।

କନ୍ୟା: ଆପଣଙ୍କ ମନ ଅଶାନ୍ତ ରହିବା ସହ ବୃଥା ଭାବନା ଦେଖା ଦେବ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ । ସହକର୍ମୀଙ୍କ ସାହାଯ୍ୟ ସହଯୋଗ ଯୋଗୁ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିବାରେ ସଫଳ ହେବେ।

ତୁଳା: ସାଙ୍ଗମାନଙ୍କୁ ଅଧିକ ବିଶ୍ୱାସ କଲେ ବ୍ୟବସାୟ ତ୍ୱରାନ୍ୱିତ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ବିଚ୍ଛା: ସାଧାରଣ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ହେବେ । ଦାମୀ ଯାନ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବା ପାଇଁ ମନ ବଳେଇପାରନ୍ତି । ଦାମ୍ପତ୍ୟ ଜୀବନରେ ପରସ୍ପର ପ୍ରତି ସମର୍ପିତ ହେବେ।

ଧନୁ: ସମ୍ପତ୍ତି ପ୍ରସଙ୍ଗରେ ସଫଳତା ମିଳିବା ସହ କ୍ୟାରିଅରରେ ବିଶେଷ ସଫଳତା ପାଇବେ । ସକାରାତ୍ମକ ଚିନ୍ତା ମନକୁ ଆସିବା ଫଳରେ ଘରେ ସୁଖ ଶାନ୍ତିର ପରିବେଶ ରହିବ । ଅନ୍ୟ ପ୍ରଭାବରେ ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନେବାଠାରୁ ଦୂରେଇ ରୁହନ୍ତୁ ।

ମକର: ପରିବାରରେ ହସଖୁସିରେ ଦିନଟି ଅତିବାହିତ କରିବେ କିନ୍ତୁ ଅଗ୍ନି, ଜଳ ଓ ବିଦ୍ୟୁତ ପ୍ରତି ସାବଧାନ ରହିବା ଭଲ। ଆକସ୍ମିକ ଭାବେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚାପଗ୍ରସ୍ତ ରହିପାରନ୍ତି । କ୍ରୀଡା, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ମିଳିବ।

କୁମ୍ଭ  : ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବ। ଭୁଲ ବୁଝାମଣା ଯୋଗୁ କ୍ଷୁବ୍ଧ ହୋଇ ସ୍ତ୍ରୀ ସହ ମନାନ୍ତର ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।

ମୀନ : ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ପାଇ ଆନନ୍ଦିତ ରହିବେ। ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ। ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ  କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ ।

Related story