୭ ଜୁଲାଇ, ବୁଧବାର: ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ

ମେଷ: ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବା ସହ ପୁରାତନ ରୋଗର ଉପଶମ ହେବ। ବ୍ୟବସାୟରେ ଉତ୍ତମ ରୋଜଗାର ହୋଇ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହୋଇ ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ। ବୃଷ: ପାରିବାରିକ ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ।   ମିଥୁନ: ଅସୁସ୍ଥତା […]

RASI

Niharika Rout
  • Published: Wednesday, 07 July 2021
  • , Updated: 07 July 2021, 08:39 AM IST

ମେଷ: ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବା ସହ ପୁରାତନ ରୋଗର ଉପଶମ ହେବ। ବ୍ୟବସାୟରେ ଉତ୍ତମ ରୋଜଗାର ହୋଇ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହୋଇ ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ବୃଷ: ପାରିବାରିକ ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ।

 

ମିଥୁନ: ଅସୁସ୍ଥତା ଅନୁଭବ କରିବେ। ଭାଇମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇପାରେ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

କର୍କଟ: କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟ କରି ଚାଲିବା ହିତକର ହେବ। ଗୁରୁଜନ ଓ ବୃଦ୍ଧଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ଛାତ୍ର-ଛାତ୍ରୀମାନେ ପାଠ ପଢାରେ ମନଯୋଗ ଦେବେ। ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ। ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରତିକାର-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା: ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରିବେ। ଖେଳ, କୁଦ, ପ୍ରତିଯୋଗିତା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:  ବ୍ୟବସାୟରେ ଧନ ବୃଦ୍ଧି  ହେବ। ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ ପାଇଁ ବନ୍ଧୁ ସହଯୋଗର ହାତ ବଢାଇବେ। ଅପରାହ୍ନରେ ପାରିବାରିକ ଅଶାନ୍ତି ଲାଗିପାରେ। ପ୍ରତିକାର- ମା’ଙ୍କୁ ପ୍ରଣାମ କରନ୍ତୁ।

ବିଛା : ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା କର୍ମଚାରୀଙ୍କ ମାନସମ୍ମାନ ପ୍ରାପ୍ତି ହେବ। ଭାବୁଥିବା କଥା ଅଚାନକ ପୂରଣ ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ଧନୁ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିବ ଓ ବ୍ୟବସାୟରେ ଅର୍ଥ ଅଭାବ ଦେଖାଦେବ। ସ୍ୱାମୀ-ସ୍ତ୍ରୀ’ଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପ୍ରତିକାର- ନମଃ ଶିବାୟ, ମନ୍ତ୍ର ଜପ କରନ୍ତୁ।

ମକର: ପିଲାଙ୍କ ସହିତ ବାପା ମା’ଙ୍କର ବଚସା ହେବାର ସମ୍ଭାବନା ରହିଛି। ସେଥିପାଇଁ ଜଗିରଖି ଚଳିବାକୁ ପଡିବ। ଯାନବାହାନ ଚଳାଇଲା ବେଳେ ଜଗିରଖି  ଯାଆନ୍ତୁ। ଭାତୃବିବାଦଠାରୁ ଦୂରେଇ ରୁହନ୍ତୁ। ବକେୟା ଅର୍ଥ ପ୍ରାପ୍ତି ହେବ। ପ୍ରତିକାର- ପାଖରେ ହଳଦୀ ରଖନ୍ତୁ।

କୁମ୍ଭ: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହିତ ସୁସ୍ୱାଦୁ ଭୋଜନ କରିବେ। ପ୍ରାଭଭେଟ୍ ସେକ୍ଟରରେ କାମ କରୁଥିବା ବ୍ୟକ୍ତିଙ୍କର ମାନସିକ ଅଶାନ୍ତି ଦେଖାଦେବ। ପ୍ରତିକାର- କୁଆ , ପାରାଙ୍କୁ ଖାଦ୍ୟ ଦିଅନ୍ତୁ l

ମୀନ:  କର୍ମକ୍ଷେତ୍ରରେ ଉନ୍ନତି କରିବେ ଏବଂ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ସଫଳତା ପାଇବେ। ନୂଆ ଘର ତୋଳିବା ପାଇଁ ବନ୍ଧୁଙ୍କଠାରୁ ଋଣ  ଆଣିବେ।

 

Related story