୭ ମାର୍ଚ୍ଚ,ସୋମବାର: ଜନକଲ୍ୟାଣ କାର୍ଯ୍ୟରେ ସାମିଲ ହେବେ

ମେଷ: କଳା, ସାହିତ୍ୟ, ସମାଜ ସେବା ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ଛାତ୍ରଛାତ୍ରୀ ପଢ଼ାପଢ଼ିରେ ମନ ଦେବେ। ପରିବାରରେ କୌଣସି ସମସ୍ୟା ଥିଲେ ତାହା ଦୂର ହୋଇଯିବ। ବୃଷ: ବ୍ୟବସାୟରେ ଉତ୍ତମ ରୋଜଗାର ହେବ। ଜନକଲ୍ୟାଣ କାର୍ଯ୍ୟରେ ସାମିଲ ହେବେ। ପ୍ରତିଯୋଗିତାରେ ସଫଳତା ମିଳିବ। ମିଥୁନ: ଦିନଟି ଭଲରେ କଟିବ। ନିଜ ବ୍ୟବହାରରେ ସମସ୍ତଙ୍କୁ ଆପଣାର କରିବେ। ଶରୀର ଓ ମନ ଭଲ ରହିବ। କର୍କଟ: ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଶତ୍ରୁମାନେ ଦୂରେଇ ରହିବେ। […]

RASI

Tapaswini Nayak
  • Published: Monday, 07 March 2022
  • , Updated: 07 March 2022, 07:37 AM IST

ମେଷ: କଳା, ସାହିତ୍ୟ, ସମାଜ ସେବା ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ଛାତ୍ରଛାତ୍ରୀ ପଢ଼ାପଢ଼ିରେ ମନ ଦେବେ। ପରିବାରରେ କୌଣସି ସମସ୍ୟା ଥିଲେ ତାହା ଦୂର ହୋଇଯିବ।

ବୃଷ: ବ୍ୟବସାୟରେ ଉତ୍ତମ ରୋଜଗାର ହେବ। ଜନକଲ୍ୟାଣ କାର୍ଯ୍ୟରେ ସାମିଲ ହେବେ। ପ୍ରତିଯୋଗିତାରେ ସଫଳତା ମିଳିବ।

ମିଥୁନ: ଦିନଟି ଭଲରେ କଟିବ। ନିଜ ବ୍ୟବହାରରେ ସମସ୍ତଙ୍କୁ ଆପଣାର କରିବେ। ଶରୀର ଓ ମନ ଭଲ ରହିବ।

କର୍କଟ: ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଶତ୍ରୁମାନେ ଦୂରେଇ ରହିବେ। ନିକଟସ୍ଥ ସ୍ଥାନଗୁଡ଼ିକୁ ଭ୍ରମଣକରି ଆନନ୍ଦ ଅନୁଭବ କରିବେ।

ସିଂହ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବ। ଆୟ ଉତ୍ତମ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଋଣମୁକ୍ତ ହେବା ପାଇଁ ଯୋଜନା କରିବେ।

କନ୍ୟା: ପରିବାରରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ନିଜ ବୁଦ୍ଧି ବଳରେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟରେ ଭଲ ଆୟ ହେବ।

ତୁଳା: ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଦାମ୍ପତ୍ୟ କଳହର ଅବସାନ ଘଟିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ବିଛା: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଧନପ୍ରାପ୍ତି ହେବ। ପାଖ ପଡ଼ୋଶୀ ପରିବାରରେ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରିବେ।

ଧନୁ: କ୍ରୋଧକୁ ଦମନ କରିବେ। ପରିବାରରେ ହସଖୁସିର ବାତାବରଣ ସୃଷ୍ଟି କରିବେ। ଜମିଜମା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସାକ୍ଷାତକାରରେ ସଫଳତା ମିଳିବ। ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିବେ।

କୁମ୍ଭ: କୌଣସି ସମସ୍ୟା ଥିଲେ ତା’ର ସମାଧାନ ହୋଇଯିବ। ମନ ସ୍ଥିର ରହିବ। ମାନସମ୍ମାନ କ୍ଷୁର୍ଣ୍ଣ ହୋଇପାରେ। ତେଣୁ ନିଜ କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ।

ମୀନ: ସନ୍ତାନସନ୍ତତିଙ୍କ ଇଚ୍ଛା ପୂରଣ କରିବେ। ଆୟବୃଦ୍ଧି ହେବ। କିଛି ଶୁଭ କାର୍ଯ୍ୟ କରିବାର ସୁଯୋଗ ପାଇବେ।

Related story