୭ ମେ’, ରବିବାର: ବହୁଦିନର ଆଶା ପୂରଣ ହେବ

ଆଜି ୨୦୨୩ ମସିହା ମଇ ତା ୭ ରିଖ ରବିବାର ମେଷ ୨୪ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର

Representational Image

  • Published: Sunday, 07 May 2023
  • , Updated: 07 May 2023, 07:50 AM IST

ମେଷ: ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟର ହାତ ବଢ଼ାଇବେ।
ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପାଇବେ।

ବୃଷ: ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପରିବାରରେ ଅଶାନ୍ତି ଦେଖାଦେବ। ବନ୍ଧୁ ଅପମାନିତ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଘଟିପାରେ।

ମିଥୁନ: ପାରିବାରିକ ସମସ୍ୟାକୁ ନେଇ ମନ ଅସ୍ଥିର ରହିବ। ମହିଳାମାନେ ବିଷାଦଗ୍ରସ୍ତ ହେବେ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ ଯିବେ।

କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। କୌଣସି ଶୁଭ ସମାଚାର ମିଳିପାରେ।

ସିଂହ: ଲାଗି ରହିଥିବା ବିବାଦର ସମାଧାନ ହେବ। ବ୍ୟବସାୟରେ ଆୟ ବୃଦ୍ଧି ହେବ। ଶତୃମାନେ ପରାଜିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା: ଅପମାନିତ ହୋଇପାରନ୍ତି। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ରହିବେ। ବାପାମା’ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।
ପରିଶ୍ରମ ଅନୁଯାୟୀ ଫଳ ପାଇବେ ନାହିଁ।

ତୁଳା: ବ୍ୟବସାୟରେ ଆୟ ମଧ୍ୟମ ଧରଣର ହେବ। ଜମି ବା ଘର ଆଦି କ୍ରୟ କରିବାକୁ ଯୋଜନା କରିବେ। ନିଜର ଉପସ୍ଥିତ ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ।

ବିଛା: ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାନୁରୂପ ସଫଳତା ପାଇବେ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପରିବାର ଲୋକଙ୍କ ସାହାଯ୍ୟ ସହଯୋଗ ପାଇ ମନ ପ୍ରଫୁଲ୍ଲ ରହିବ।

ଧନୁ: ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳିବ ନାହିଁ। କାର୍ଯ୍ୟରେ ବାଧା ସୃଷ୍ଟି ହେବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ଧନକୁ ନେଇ ପରିବାରରେ ବିବାଦ ଦେଖାଦେଇପାରେ।

ମକର: ବହୁଦିନର ଆଶା ପୂରଣ ହେବ। ମାନ ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବ୍ୟବସାୟରେ ଆୟ ମଧ୍ୟମ ଧରଣର ହେବ। ମହିଳାମାନେ ପରିବାରରେ ଆଦର ପାଇବେ।

କୁମ୍ଭ: ଅଟକିଥିବା କାମକୁ ପୁଣି ଆରମ୍ଭ କରି ସମ୍ପୂର୍ଣ୍ଣ କରିବେ। ଆୟ ବଢ଼ିବ। ବକେୟା ଅର୍ଥ ଆଦାୟ ପାଇଁ ଦିନଟି ଅନୁକୂଳ ରହିବ।

ମୀନ: ପରିବାରରେ ଶାନ୍ତିର ବାତାବରଣ ରହିବ। ଧନଲାଭ ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ।

Related story