୭ ସେପ୍ଟେମ୍ବର, ଗୁରୁବାର: ବକେୟା ଦରମା ପ୍ରାପ୍ତ ହେବ

ବହୁ ଦିନର ପ୍ରତୀକ୍ଷାର ଆଶା ଅଭିଳାଷ ପୂରଣ ହେବ । ଆଶା କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ, ମାନସମ୍ମାନ ପ୍ରତିଷ୍ଠା ଲାଭ କରିବେ ।

Representational Image

  • Published: Thursday, 07 September 2023
  • , Updated: 07 September 2023, 07:44 AM IST

ମେଷ: ଯାତ୍ରା, ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ୱୀକାର କରିହେବନି । ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଶୁଭ ପ୍ରଦ ହେବ ।

ବୃଷ: ପାରିବାରିକ ଜୀବନ ସୁଖପ୍ରଦ ହେବ । କିନ୍ତୁ କର୍ମକ୍ଷେତ୍ରରେ ସାଧାରଣ ଘଟଣାକୁ ନେଇ ମନରେ ଭୟ ଆଶା ଆଶଙ୍କା ଦେଖାଦେବ । ମହିଳାମାନେ ନିଜର ଦକ୍ଷତା ଯୋଗ୍ୟତା ବଳରେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନ ଶୁଭ ପ୍ରଦ ହେବ ଆୟ ବୃଦ୍ଧି ଘଟିବ ।

ମିଥୁନ:ବହୁ ଦିନର ପ୍ରତୀକ୍ଷାର ଆଶା ଅଭିଳାଷ ପୂରଣ ହେବ । ଆଶା କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ, ମାନସମ୍ମାନ ପ୍ରତିଷ୍ଠା ଲାଭ କରିବେ । ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଠିକ୍ ସମୟରେ ଘରକୁ ଫେରି ନ ପାରିବାରୁ ପରିବାର ଲୋକେ ଚିନ୍ତିତ ରହିବେ। ସହିତ ଲୋକ ସମ୍ପର୍କ ବୃଦ୍ଧି ପାଇବ। ସାହିତ୍ୟ, ସାମ୍ବାଦିକତା ପରିବହନ, ପ୍ରଶାସନିକ ସ୍ତରରେ ଆଶା ପୂରଣ ହେବାରୁ ମନ ପ୍ରଫୁଲିତ ରହିବ ।

କର୍କଟ: ଶତ୍ରୁମାନେ ପରାଜିତ ହେବେ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ।

ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବିଛା: ପତ୍ନୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ଆର୍ଥିକ ଦିଗରେ ସଫଳତା ହାସଲ କରିବେ । ସମସ୍ତ ଦିଗରୁ ସଫଳତା ମିଳିବ। ବକେୟା ଦରମା ହସ୍ତଗତ ହେବ, ଦେହ ମନ ସୁସ୍ଥ ରହିବ । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର : ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମ ଗୁଡ଼ିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ଯାହାକୁ ନେଇ ମନ ଭାରାକ୍ରାନ୍ତ ହେବ । କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ ସହଯୋଗ କରିବ ନାହିଁ । ଫଳରେ ବ୍ୟସ୍ତତା ଭିତରେ ଗତି କରିବେ। ଅପରାହ୍ନରେ କୌଣସି ଶୁଭ ସମାଚାର ଶୁଣି ମନ ପ୍ରଫୁଲିତ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ ଓ ଅପମାନିତ ହୋଇପାରନ୍ତି। ଘରକୁ ଫେରିବା ବାଟରେ ହଠାତ୍ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ ଯାହା ଫଳରେ ମନ ଆନନ୍ଦିତ ହେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସଫଳତା ମିଳିବ।

 ମୀନ: ପରିବାର ମଧ୍ୟରେ ଲାଗି ରହିଥିବା ଭାତ୍ରୁ ବିବାଦର ସମାଧାନ ହୋଇଯିବ । ଶାରୀରିକ ମାନସିକ ଆର୍ଥିକ ଅଭିବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ସାହାଯ୍ୟ ସହଯୋଗ ସହାନୁଭୂତି ପାଇ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ।  

Related story