୮ଏପ୍ରିଲ, ଶୁକ୍ରବାର: ସହଯୋଗୀମାନଙ୍କ ପୂର୍ଣ୍ଣ ସହଯୋଗ ମିଳିବ

ମେଷ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ। ପରିବାରରେ ସ୍ୱାଭାବିକ ବାତାବରଣ ଜାରି ରହିବ। ସମସ୍ତ ଆଶା ପୂରଣ ହେବ। ବୃଷ: ଶୁଭ ସମାଚାର ଶୁଣି ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ। ମିଥୁନ: ସହଯୋଗୀମାନଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ବାଦବିବାଦ କ୍ଷେତ୍ରରେ ଜୟଯୁକ୍ତ ହେବେ। କର୍କଟ: ପୁରୁଣା ବନ୍ଧୁଙ୍କ ସହାୟତାରେ ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର […]

RASI

Tapaswini Nayak
  • Published: Friday, 08 April 2022
  • , Updated: 08 April 2022, 07:44 AM IST

ମେଷ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ। ପରିବାରରେ ସ୍ୱାଭାବିକ ବାତାବରଣ ଜାରି ରହିବ। ସମସ୍ତ ଆଶା ପୂରଣ ହେବ।

ବୃଷ: ଶୁଭ ସମାଚାର ଶୁଣି ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ।

ମିଥୁନ: ସହଯୋଗୀମାନଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ବାଦବିବାଦ କ୍ଷେତ୍ରରେ ଜୟଯୁକ୍ତ ହେବେ।

କର୍କଟ: ପୁରୁଣା ବନ୍ଧୁଙ୍କ ସହାୟତାରେ ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ପଢ଼ାପଢ଼ିରେ ମନ ଦେବେ।

ସିଂହ: ଋଣଭାରରୁ ମୁକ୍ତି ମିଳିବ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡ଼ି ପାରନ୍ତି।

କନ୍ୟା: ସମସ୍ତ ସମସ୍ୟାକୁ ଶାନ୍ତିର ସହିତ ସମାଧାନ କରିପାରିବେ। କର୍ମକ୍ଷେତ୍ରରେ ସୁଯୋଗ ହାତଛଡ଼ା ହେବାର ନାହିଁ। ପଡ଼ୋଶୀଙ୍କ ସହିତ ଲାଗି ରହିଥିବା ବିବାଦ ଦୂର ହେବ।

ତୁଳା: ଗୁରୁଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ। ରାଜନୀତିରେ ଶତ୍ରୁ ଓ ବିରୋଧୀ ମାନଙ୍କୁ ପରାସ୍ତ କରି ବିଜୟୀ ହେବେ।

ବିଛା: ସହନଶୀଳତା ଗୁଣ ଯୋଗୁ ପ୍ରଶଂସିତ ହେବେ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ।

ଧନୁ: ପ୍ରତିଯୋଗିତାମୂଳକ ପରୀକ୍ଷା ଓ ସାକ୍ଷାତକାରରେ ସୁଫଳ ପାଇବେ। ବନ୍ଧୁଙ୍କ ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

ମକର: ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ଶିକ୍ଷାକ୍ଷେତ୍ରରେ ସଫଳତା ଅର୍ଜନ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପଦୋନ୍ନତିର ସୂଚନା ପାଇ ପାରନ୍ତି।

କୁମ୍ଭ: ନୂତନ କାର୍ଯ୍ୟ ଆରମ୍ଭ କଲେ ପ୍ରଚୁର ଅର୍ଥ ଲାଭ ହେବ। ବ୍ୟବସାୟୀମାନେ ପରିଶ୍ରମର ସୁଫଳ ଭୋଗ କରିବେ। ଜାଗା,ଜମି ଓ ଗୃହ ଉପକରଣ କ୍ରୟ କରି ପାରନ୍ତି।

ମୀନ: ନିଜର ଯୋଗ୍ୟତା ଓ କ୍ଷମତାରୁ ବହୁତ ଲାଭ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍।

 

Related story