୮ ଫେବୃଆରୀ, ଶୁକ୍ରବାର: ଗୁରୁଜନଙ୍କ ପରାମର୍ଶ ନେଇ କାମ କରନ୍ତୁ

ମେଷ: ଚାକିରି ମିଳିବାର ଯୋଗ ରହିଛି। ଆର୍ଥିକ ନେଣଦେଣ କରନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ। ବୃଷ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଧାଁଦୌଡ଼ରେ ଦିନଟି କଟିବ। ମିଥୁନ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। ପାରିବାରିକ କଳହ ଦେଖାଦେଇପାରେ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। କର୍କଟ: ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ। ଗାଡ଼ି ଚଲାଇବା ବେଳେ ସତର୍କ […]

Rasi-Fala

Rakesh Mallick
  • Published: Friday, 08 February 2019
  • , Updated: 08 February 2019, 09:44 AM IST

ମେଷ: ଚାକିରି ମିଳିବାର ଯୋଗ ରହିଛି। ଆର୍ଥିକ ନେଣଦେଣ କରନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ।

ବୃଷ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଧାଁଦୌଡ଼ରେ ଦିନଟି କଟିବ।

ମିଥୁନ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। ପାରିବାରିକ କଳହ ଦେଖାଦେଇପାରେ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ।

କର୍କଟ: ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। ମାନ-ସମ୍ମାନ ବୃଦ୍ଧି ପାଇବ।

ସିଂହ: ସନ୍ଧ୍ୟାରେ ଘରକୁ ଫେରି ଆସନ୍ତୁ। ଅଟକି ରହିଥିବା ଅର୍ଥ ଫେରି ପାଇବାର ଯୋଗ ରହିଛି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି।

କନ୍ୟା: ବ୍ୟବସାୟରେ ସଫଳତା ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ମିଳିବ।

ତୁଳା: ଜମି କିଣି ପାରନ୍ତି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ବନ୍ଧୁଙ୍କୁ ମନାଇବାକୁ ଚେଷ୍ଟା କରନ୍ତୁ।

ବିଚ୍ଛା: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମ ବ୍ୟାପାରରେ ସଫଳତା ମିଳିବ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ମନ ଖୁସି ରହିବ। ସନ୍ତାନପ୍ରାପ୍ତିର ଯୋଗ ରହିଛି। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।

ମକର: ଜରୁରୀ କାମ ଠିକ୍‌ ସମୟରେ କରନ୍ତୁ। କୌଣସି ନିଷ୍ପତ୍ତି ନେବା ବେଳେ ବାପା କିମ୍ବା ଅନ୍ୟ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ପାରିବାରିକ ସମ୍ପର୍କକୁ ନେଇ ସତର୍କ ରୁହନ୍ତୁ।

କୁମ୍ଭ: ପୁରୁଣା ଇଚ୍ଛା ପୂରଣ ହେବାର ଯୋଗ ରହିଛି। ଆପଣଙ୍କ ଗୁପ୍ତ ଖବର କାହାକୁ କୁହନ୍ତୁ ନାହିଁ। ବ୍ୟବସାୟରେ ପରିବର୍ତ୍ତନ କରନ୍ତୁ ନାହିଁ।

ମୀନ: ମାନସିକ ଅଶାନ୍ତିରେ ଦିନଟି କଟିବ। ଗୁରୁଜନଙ୍କ ପରାମର୍ଶ ନେଇ କାମ କରନ୍ତୁ। ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ।

Related story